
ମାଲକାନଗିରି ୧୧/୦୭(ହିମାଂଶୁ ଶେଖର ସ୍ବାଇଁ)କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଞ୍ଚାୟତ ର ସରପଞ୍ଚ ମଙ୍ଗଳା ମାଢୀ ଅଧ୍ୟକ୍ଷତା କରିଥିବାବେଳେ, ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟା ମୁନି ସଗରିଆ, ସମାଜସେବୀ ଭଗବାନ ସାହୁ, ପଞ୍ଚାୟତ ର ସମସ୍ତ ୱ।ର୍ଡ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀ ପରିଚାଳନା କରିଥିଲେ । ଆଜିର ଏହି ସ୍ୱତନ୍ତ୍ର ଗ୍ରାମସଭା ର ବିଶେଷତ୍ଵ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମିଣ) ରେ ଏହି ପଞ୍ଚାୟତ ର ୪୩୭ ଜଣ ହିତାଧିକାରୀ ଚୟନ ହୋଇଥିବା ବିଷୟରେ ଅବଗତ କରାଇଥିଲେ ଓ ଯୋଗାଣ ସହାୟକ ଦେବେନ୍ଦ୍ର ରାଉତ ସମସ୍ତ ହିତାଧିକାରୀ ମାନଙ୍କ ନାମ ପଢି ଶୁଣାଇଥିଲେ । ଶେଷରେ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ କହିଥିଲେ ଯେ ଯଦି କୌଣସି ହିତାଧିକାରୀ ଆଗରୁ ଗୃହ ପାଇଛନ୍ତି କିମ୍ବା ଅଯୋଗ୍ୟ ହିତାଧୀକାରୀ ସାମିଲ ବିଷୟରେ ସୁଚନା ଦେଲେ ସେ ଏହାକୁ ଯାଞ୍ଚ କରିବା ସହ ଏକ ଅନ୍ତିମ ଯୋଗ୍ୟ ତାଲିକା ପ୍ରକାଶ କରିପାରିବେ । ଆଜି ସଭାରେ ଉପସ୍ଥିତ ସମସ୍ତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କାଘର ଖଣ୍ଡେ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ ।
