
ଭଞ୍ଜନଗର ୨୭/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଗଞ୍ଜାମ ଜିଲ୍ଲା ତାରସିଂ ପୋଲିସ ୨୬ତାରିଖରେ ପେଟ୍ରୋଲିଂକରୁଥିବା ବେଳେ ଏସ୍.ଆଇ. ଆର୍.କେ. ଛତ୍ରିଆ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଚକାପାଦ ରାସ୍ତାରେ ଜାମ୍ବାନିଆ ଗ୍ରାମ ନିକଟସ୍ଥ ବଦାଙ୍ଗି ଗ୍ରାମ ସୀମାନ୍ତରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ । ଉକ୍ତ ବ୍ୟକ୍ତି ଏକ ‘ବଜାଜ୍ ସିଟି ୧୦୦’ ନୀଳ-କଳା ରଙ୍ଗର ମୋଟର ସାଇକେଲ୍ ରେଜିଷ୍ଟ୍ରେସନ୍ ନଂ- ଓଡ଼ି ୩୨ ଡ଼ି ୩୦୫୪ ରେ ଏକ ଧଳା ରଙ୍ଗର ଜରି ବସ୍ତାରେ ରଖିଥିବା ଗଞ୍ଜେଇ ବାହାରି ଥିଲା। ପଚରାଉଚରା ବେଳେ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସର୍ବପାଙ୍ଗା ଗ୍ରାମର ନରେଶ ପ୍ରଧାନ (୪୦) ବୋଲି ଜଣାପଡିଛି।
ଆର୍ଥିକ ଲାଭ ପାଇଁ ସେ ଏହି ଗଞ୍ଜେଇକୁ ଚୋରା ଚାଲାଣ କରି ଭୁବନେଶ୍ୱରରେ ବିକ୍ରି କରିବାକୁ ନେଉଥିବା ସ୍ୱୀକାର କରିଛି ।ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରିବାରେ ତାହା ୨୫, ୧୧୦ଗ୍ରାମ ଥିଲା।ଏସଂକ୍ରାନ୍ତରେ ତାରାସିଂ ଥାନା କେସ୍ ନଂ- ୪୩୦/୨୬ରେ ଏନଡିପିଏସ ଆଇନର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି।
