ସୋରଡା ଓକିଲ ସଂଘ ନିର୍ବାଚନ, ୦୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ।

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ମନୋରଞ୍ଜନ ଅଧିକାରୀ ଙ୍କ ରିପୋର୍ଟ ୦/୦୩ ୨୮ ତାରିଖ ଦିନ ଓଡିଶା ରାଜ୍ୟ ଆଇନଜୀବି ପରିଷଦ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ସମସ୍ତ ଓକିଲ ସଙ୍ଘ ଗୁଡିକରେ ଏକ କାଳୀନ ନିର୍ବାଚନ ହେବାକୁ ଯାଉଥିବା ବେଳେ ସୋମବାର ଦିନ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି I ସୋରଡା- ଓକିଲ ସଂଘର ବିଭିନ୍ନ ପଦ ପଦବୀ ପାଇଁ ମୋଟ ୦୭ ଜଣ ପ୍ରାର୍ଥୀ ନିଜନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ଗହଣରେ ଆସି ନିର୍ବାଚନ ଅଧିକାରୀ ଶକ୍ତି ରଞ୍ଜନ ସୂଆରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।। ପ୍ରାପ୍ତ ସୂଚନା ପ୍ରକାରେ ସଭାପତି ପଦବୀ ପାଇଁ ଅରୁଣ କୁମାର ଦାସ, ଜିତେନ୍ଦ୍ର କୁମାର ଧଳ, କାଳୀ ଚରଣ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଉପ ସଭାପତି ପଦବୀ ପାଇଁ ନିଳାଞ୍ଚଳ ବିଷୋୟୀ। ସେହିପରି ସମ୍ପାଦକ ପଦବୀ ପାଇଁ ରଜନୀ କୁମାର ପଟ୍ଟନାୟକ ଓ ଶ୍ରାବଣୀ ଦାସ, ସହ ସମ୍ପାଦକ ପଦବୀ ପାଇଁ ପ୍ରିୟ ରଞ୍ଜନ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଉପ ସଭାପତି ଏବଂ ସହ ସମ୍ପାଦକ ପଦବୀ ପାଇଁ ଏକ ମାତ୍ର ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ଅପ୍ରତିଦ୍ଵନ୍ଦି ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯୋଗ୍ୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶିତ ହେବ। କୌଣସି ପ୍ରାର୍ଥୀ ଚାହିଁଲେ ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ତେବେ ଆସନ୍ତା ୧୩ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଥିବାରୁ ସେହିଦିନ ହିଁ ପ୍ରତିଦ୍ଵନ୍ଦିତା ସମ୍ପର୍କରେ ରୂପରେଖ ସ୍ପଷ୍ଟ ହୋଇପାରିବ I ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଆସନ୍ତା ଶନିବାର ପ୍ରକାଶ ପାଇବ। ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *