ଶେଷ ହେଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା, ବ୍ୟାଘ୍ରଦେବୀ ଙ୍କୁ ଦର୍ଶନ କରିଲେ ମାଆ ଠାକୁରାଣୀ ।

ଭଞ୍ଜନଗର ୨୨/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ ଭେଟ ହେବ। ଖବର ଲେଖା ହେବା ସୁଦ୍ଧା ଯାତ୍ରାରେ କିଛି ଚୋରୀ ଏବଂ ଛୋଟ ଗଣ୍ଡଗୋଳକୁ ଛାଡ଼ି ଦେଲେ ଯାତ୍ରା ପ୍ରାୟ ଶାନ୍ତି ଶୃଙ୍ଖଳାର ସହ ସରିଛି। ପୋଲିସ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ଏବଂ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଯାତ୍ରା ଅଧିକ ଆକର୍ଷଣୀୟ ହୋଇଥିଲା।ଯାତ୍ରାକୁ ଆକର୍ଷଣୀୟ କରିବାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପ ଜିଲାପାଳ ଉମା ଶଙ୍କର ବେହେରା, ସଭାପତି ରାଜେନ୍ଦ୍ର ବିଷୋୟୀ, କାର୍ଯ୍ୟକାରି ସଭାପତି ବିଷ୍ଠୁ ପ୍ରସାଦ ପ୍ରଧାନ, ମ୍ୟୁନିସିପାଲଟି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଭୂମିକା ଥିଲା। ବୁଧବାର ଦେବୀ ରାତି ୧୦ ଟାରେ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଥିଲେ। ଆଜି ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବ ମୁଖା ହୋଇ ବାହାରିବା ପରେ ବିଭିନ୍ନ ସାହି ଗଳିକନ୍ଦି ହୋଇ ବନ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ବିଳମ୍ବିତ ରାତିରେ ପହଞ୍ଚିବେ। ସେଠାରେ ଫଗୁ ଖେଳିବା ପରେ ବ୍ୟାଘ୍ର ଦେବୀ ଙ୍କୁ କୁଲାଡ ଅଭିମୁଖେ ଶଗଡ଼ରେ ନିଆଯିବ। ଏହାପରେ ସେଠାରୁ ଠାକୁରାଣୀ ପଛକୁ ଫେରି ସ୍ଥାୟୀ ମନ୍ଦିରରେ ବିଶ୍ରାମ ନେବେ। ଦେବୀଙ୍କ ବାହୁଡ଼ା ଯାତ୍ରା ନିରାଡମ୍ବର ଭାବେ ହୋଇଥିଲା।ସୂଚନା ଯୋଗ୍ୟ, ଭଞ୍ଜନଗର ଯାତ୍ରା ପ୍ରତି ୩ ବର୍ଷକୁ ଥରେ ହେଉଛି। କୁଲାଡରୁ ବ୍ୟାଘ୍ର ଦେବୀଙ୍କୁ ନିମନ୍ତ୍ରଣ କରି ଅଣାଯାଉଛି। ଏହାପରେ ଭଞ୍ଜନଗର ଠାକୁରାଣୀ ଙ୍କୁ ନିମନ୍ତ୍ରଣ କରି ଅଣାଯାଉଛି। ଦୁଇ ଭଉଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ରଖି ପୂଜା କରାଯାଉଛି । ଭଞ୍ଜନଗର ଯାତ୍ରା ୨୦୦ ବର୍ଷର ଇତିହାସ।

Leave a Reply

Your email address will not be published. Required fields are marked *