
ଗଜପତି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ ଙ୍କ ରିପୋର୍ଟ ୧୧/୦୩ ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅଞ୍ଚଳ ରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅଡବା ପୋଲିସର ଘନ ଘନ ଚଢ଼ାଉ।ଗତକାଲି ଅଡବା ଥାନା ଅନ୍ତର୍ଗତ କଟାମା ଗ୍ରାମ ପଞ୍ଚାୟତ ଟାଙ୍ଗିଲି ଗାଁ ନିକଟସ୍ଥ ଜଙ୍ଗଲ ରୁ ୩୬୦ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଈ ଯାଇଥିଲା । ଅନ୍ୟପଟେ କେଶରୀଗୁଡା ଗାଁ ର ବୃନ୍ଦା ନାୟକ ଙ୍କ ଘରେ ଗଞ୍ଜେଇ ଗଛିତ ରଖା ଯାଇଥିବା ନେଇ ପୋଲିସ କୁ ବିଶେଷ ସୂତ୍ର ରୁ ଖବର ମିଳିଥିଲା। ଯାହାକୁ ନେଇ ଅଡବା ଥାନା ଅଧିକାରୀ ଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ବିଳମ୍ବିତ ରାତ୍ର ରେ ଚଢ଼ାଉ କରାଯାଇଥିଲା। ମୋହନା ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରଯାଇଥିଲା ଯାହାର ପରିଣାମ ୬୩୦ କିଲୋ ରୁ ଉର୍ଦ୍ଧ୍ବ ହୋଇଥିଲା। ଯାହାକି ଗଞ୍ଜେଇ ର ଆନୁମାନିକ ବଜାର ଦର ୬୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।
