ଠକେଇ ଅଭିଯୋଗ ରେ ଯୁବକ ଙ୍କୁ ବାନ୍ଧିଲା ଅର୍ଥନୈତିକ ଅପରାଧ ଶାଖା ପୋଲିସ ।

ଦିଗପହଣ୍ଡି ରୁ ଜି ସନ୍ତୋଷ ରେଡ୍ଡୀ ଙ୍କ ରିପୋର୍ଟ ୧୨/୦୩ ଗଞ୍ଜାମ ଜିଲ୍ଲା ଛତ୍ରପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନ ପୋଲିସ ଆଜି ଅପରେସନ ସାଇବର କବଚ ଜରିଆରେ ଏକ ମିଶନ ଖାତା ଜବତ କରିବା ସହଅଭିଯୁକ୍ତ ଖାତାଧାରୀ ଶିବରାମ ସାହୁ (୨୮) ଗିରଫ କରିଛି ।ମିଶନ ଖାତା ହେଉଛି ଏପରି ଏକ ବ୍ୟାଙ୍କ ଖାତା ଯାହାକୁ ସାଇବର୍ ଅପରାଧୀ ଅବେଧ ଭାବରେ ବ୍ୟବହାର କରି ଅନ୍ୟ ଲୋକଙ୍କ ଠାରୁ ଠକାମି କରି ଟଙ୍କା ହରଣ କରନ୍ତି। ଏଥିରେ ଖାତାଧାରକ ଜାଣିନଥାନ୍ତି ବା ସେମାନେ ଅଜାଣରେ ସାଇବର୍ ଅପରାଧୀଙ୍କ ସହ ମିଶି କାରବାର କରିଥାନ୍ତି। ଏହି ଠକାମି ର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବସନ୍ତପ୍ଲଲି ଗାଁ ଶାନ୍ତି ନଗର ସାହିର ବିଶ୍ୱନାଥ ସାହୁଙ୍କ ପୁଅ ଶିବରାମ ସାହୁ। ଏହି ଆକାଉଣ୍ଟ ଧାରିଙ୍କ ନାଁରେ ଆଗରୁ ପାଞ୍ଚଜଣ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ।ଅଭିଯୋଗ କୁ ଆଧାର କରି ଶିବରାମ ଙ୍କୁ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା

Leave a Reply

Your email address will not be published. Required fields are marked *