
ଚିକିଟି ଶିବରାମ ଚୌଧୁରୀ ୨୩/୦୫ ଚିକିଟି ବ୍ଲକ ବିଜେଡି ଦଳର କର୍ମୀମାନେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ସଂଗଠନ କରି ଇଲେକ୍ଟ୍ରିକ ଅଫିସ ଠାରୁ ତହସିଲ ଅଫିସ ଯାଇଥିଲେ। ଶହଶହ କର୍ମୀଙ୍କ ସହ ଶ୍ରୀମତୀ ଉଷା ଦେବୀ, ବିଧାୟକ ପ୍ରାର୍ଥୀ ଶ୍ରୀ ରୂପ ଦେବ, ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦିପା ସାହୁ, ବ୍ରହ୍ମପୁର ବିଜେଡି ନେତା ସୁବାଷ ମହାରଣା, ସଂଗଠକ ସୁରେନ୍ଦ୍ର ମଣ୍ଡଳ, ପାତ୍ର ପୁର ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ଓ ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧି ଗଣ ଯାଇ ଚିକିଟି ତହସିଲଦାର ଶ୍ରୀ ବିଶ୍ବରଂଜନ କହ୰ରଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ।
ବର୍ତ୍ତମାନର 543 ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଶତକଡା ୩୩% ମହିଳା ସଂରକ୍ଷଣ ରଖିବା ସହ ବିଧାନସଭାରେ ମଧ୍ୟ ଅନୁରୂପ ସଂରକ୍ଷଣ ରଖିବା ଦାବୀ କରିଥିଲେ। ଶାସକ ଦଳ ଚକ୍ରାନ୍ତ କରି ମହିଳା ଆରକ୍ଷଣ ସହିତ ସୀମା ନିର୍ଦ୍ଧାରଣ ଭୂଲ ଭାବେ ଉପସ୍ଥାପନ କରୁଛନ୍ତି ବୋଲି ଦର୍ଶାଇ ଥିଲେ। ରାଜ୍ୟ ରେ ଦିନକୁ ଦିନ ମହିଳା ଅତ୍ୟାଚାର ବଢ଼ିବାରେ ଲାଗିଛି ଓ ସରକାର ଆଖିବୁଜି ରହୁଛନ୍ତି ଯାହା କି ଅପରାଧ ରେକର୍ଡ ବଢ଼ିଚାଲିଛି ବୋଲି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଆସିବା ସହ ଅତ୍ୟାଚାର ଜବାବ ଦେବେ ବୋଲି ପ୍ରକାଶ କରିଥିଲେ।ତହସିଲଦାର ଉକ୍ତ ଦାବୀପତ୍ର ରଖି ମାନନୀୟା ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି କହିଥିଲେ।
