ଅସରାଏ ବର୍ଷା ଆଣିଲା ଗରମ ରୁ ଆଶ୍ବସ୍ତି, ଭାଙ୍ଗିଲା ଗଛ ।

ଜି ଉଦୟଗିରି ୨୨। ୦୫(ନୀଳମାଧଵ ପ୍ରଧାନ )
ଅସହ୍ୟ ଗରମ ଗୁଳୁଗୁଳିରେ ଲୋକେ ସିଝୁଥିବା ବେଳେ ଆଜି ଅପର।ହ୍ନ ରେ ହୋଇଥିବା ଅସରାଏ ବର୍ଷା ଯୋଗୁଁ ଆଶ୍ବସ୍ତି ମିଳିଛି। ତିନି ଦିନ ହେଲା ଲୋକେ ଗରମ ରେ ସିଝୁଥିବା ବେଳେ ଘରୁ ବାହାରିବା କଷ୍ଟକର ହୋଇଛି ପଡୁଥିଲା। ଚଳିତ ବର୍ଷା ଏହା ସବୁଠାରୁ ଅଧିକ ଗରମ ବୋଲି ଲୋକେ କହୁଥିବା ବେଳେ ଜି ଉଦୟଗିରି ସହର ରେ ଦିନ କୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହା ଚିନ୍ତାର ବିଷୟ। ଲୋକେ ଏଥିରୁ ରକ୍ଷା ପାଇବା ପାଇଁ ବର୍ଷା ଖୋଜୁଥିବା ବେଳେ ଆଜି କାଳ ବୈଶାଖୀ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବ ରେ ଗ୍ରେସିଙ୍ଗିଆ ରୁ ରଟିଙ୍ଗିଆ ଯିବା ରାସ୍ତା ଅରଶ୍ମିନୀ ସ୍କୁଲ ନିକଟରେ ରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଅଗ୍ନି ସେବାସମ ବିଭାଗ ପହଂଚି ରାସ୍ତା ସଫା କରିଛି।

Leave a Reply

Your email address will not be published. Required fields are marked *