
ଜି.ଉଦୟଗିରି୩୦/୦୫(ନୀଳମାଧବ ପ୍ରଧାନ )
ସମବାୟ ବିଭାଗ,ଓଡିଶା ସରକାରଙ୍କ ପକ୍ଷରୁ ଆମ୍ବ ଚାଷୀମାନଙ୍କ ଠାରୁ ସିଧାସଳଖ ଲ୍ୟାମ୍ପସ ଓ ଆରଏମସି ମାଧ୍ୟମରେ ମଣ୍ଡି କରି ଆମ୍ବ କ୍ରୟ ଓ ବିପଣନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏପରି ସ୍ଥଳେ ଆଜି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଲ୍ୟାମ୍ପସ ଜରିଆରେ ଆମ୍ବ ମଣ୍ଡି କରି ଆମ୍ବ କ୍ରୟ ଓ ବିପଣନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ,ବାଲିଗୁଡା (ଆଇଏଏସ) ପ୍ରଣୀତା ଦାସ ଯୋଗଦେଇ ଅନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଉପ ଜିଲ୍ଲାପାଳ ଶ୍ରୀମତୀ ଦାସ କନ୍ଧମାଳ ଆମ୍ବ ରାଜ୍ୟ ଏବଂ ଦେଶରେ ପରିଚିତ ହେବା ସହ ଆମ୍ବ ଚାଷୀମାନଙ୍କର ଆର୍ଥୀକ ବିକାଶ କାମନା କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଡୃପ୍ୟୁଟି ରେଜିଷ୍ଟର ସନ୍ତୋଷ କୁମାର ଦାସ, ଡେପ୍ୟୁଟି ଡାଇରେକ୍ଟର,ହର୍ଟୀକଲଚର,ଜି.ଉଦୟଗିରି ବିଡିଓ ସତ୍ୟନାରାୟଣ ମିଶ୍ର,ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର,ଏଆରସିଏସ ବାଲିଗୁଡା ସୁକାନ୍ତ କୁମାର ପାଢୀ,ଏଆରସିଏସ ଫୁଲବାଣୀ ଲଲିତ କୁମାର ମାଝି,ଆରଏମସି ସମ୍ପାଦକ ସୁରେଶ କୁମାର ବେହେରା, ଲ୍ୟାମ୍ପସ ସଭାପତି ଜମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ।ଅଞ୍ଚଳର ବହୁ ଚାଷୀ ଆମ୍ବ ବିକ୍ରୀ କରିବାକୁ ଲ୍ୟାମ୍ପସକୁ (ମଣ୍ଡି) ଆଣିଥିବା ବେଳେ ସେମାନଙ୍କୁ ଆମ୍ବର ଉଚିତ ମୁଲ୍ୟ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା।ବଜାର ମୁଲ୍ୟ ଠାରୁ ଅଧିକ ଦାମରେ ଏଠି ବିକ୍ରୀ କରାଯାଉଥିବାରୁ ଚାଷୀ ଅଧିକ ଲାଭବାନ ହେବ ବୋଲି ଚାଷୀ ଅକ୍ଷୟ କୁମାର ପ୍ରଧାନ କହିଛନ୍ତି। ଲ୍ୟାମ୍ପସ ଏମଡି ଶିଶିରକାନ୍ତ ତ୍ରୀପାଠୀଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରାଷଦ ସଭ୍ୟା ଲିଲିମା ପ୍ରଧାନ,ସଭ୍ୟ କିଶୋର ନାୟକ,ବିନୋଦ ବିହାରୀ ଦାସ,ସଚିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ହିସାବ ରକ୍ଷକ ପିତାମ୍ବର ସାହୁ ଙ୍କ ସହିତ ଲ୍ୟାମ୍ପସର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ନରେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
