କାଳବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ସ୍କୁଲ୍ ପାଚେରୀ ; ରାସ୍ତା ଅବରୋଧ।

ବେଲଗୁଣ୍ଠା ନାରାୟଣ ପଣ୍ଡା ୩୧/୦୫, ଗତକାଲି ସନ୍ଧ୍ୟା ସାତଟା ତିରିଶି ସମୟରେ ହଠାତ କାଳବୈଶାଖୀ ବର୍ଷା ହେବା ଫଳରେ ବେଲଗୁଣ୍ଠା ସହର ବାଙ୍କୀ ବଜାର ସ୍ଥିତ ପଟେଲ୍ ରୋଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛ ମୂଳରୁ ଉପାଡି ଯାଇ ବିଦ୍ୟାଳୟର ପାଚେରୀ କାନ୍ଥ ଉପରେ ପଡ଼ିବା ଫଳରେ କାନ୍ଥ ଭାଙ୍ଗିଯିବା ସହ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ମଧ୍ୟ ଓହଳିକି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବେଲଗୁଣ୍ଠାରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଛି। ତେବେ ବାଙ୍କୀ ବଜାର ବେଲଗୁଣ୍ଠା ସହରର ମୁଖ୍ୟ ବାଣିଜ୍ୟିକ ସ୍ଥଳୀ ହୋଇଥିବା ବେଳେ ସନ୍ଧ୍ୟା ସାତଟା ତିରିଶିସମୟରୁ ଗଛ ପଡ଼ିବା ସହ ବିଦ୍ୟୁତ୍ ତାର ଗୁଡ଼ିକ ଓହଳି ରହିଥିଲେ ମଧ୍ୟ ଏଗୁଡ଼ିକୁ ରାସ୍ତାରୁ ହଟାଇବାକୁ କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ବର୍ତ୍ତମାନ ସେଠାରେ ଯାତାୟାତ ସମ୍ପୂର୍ଣ ରୂପେ ଠପ୍ ହୋଇଯାଇଛି।

Leave a Reply

Your email address will not be published. Required fields are marked *