
ଜି ଉଦୟଗିରି ୦୩/୦୬(ନୀଳମାଧଵ ପ୍ରଧାନ )କିଛି ଦିନ ହେବ ଉତ୍ତର ଘୁମୁସର ବନଖଣ୍ଡ ରୁ ଦୁଇଟି ଦନ୍ତା ଜି ଉଦୟଗିରି ବନାଞ୍ଚଳର କଳିଙ୍ଗା, ଜି ଉଦୟଗିରି ଓ ପାବୁରିଆ ସେକ୍ସନ ର ବିଭିନ୍ନ ଜଙ୍ଗଲରେ ରହି ଆସୁଛନ୍ତି। ଲୋକଙ୍କ ମନରୁ ହାତୀ ଆତଙ୍କ ନ ଲିଭୁଣୁ ମଙ୍ଗଳବାର ବିଳମ୍ୱିତ ରାତିରେ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର ଦୁଗୁଡିପାରି ଓ କୁର୍ମୁଙ୍ଗିଆ ଜଙ୍ଗଲରେ ଉତ୍ତର ଘୁମୁସର ବନଖଣ୍ଡ ରୁ ୨୧ ଟିକିଆ ହାତୀପଲ ଆମ୍ବ,ପଣସ ବାସ୍ନାରେ ଚାଲି ଆସିଛନ୍ତି।ସେମାନଙ୍କ ମଧ୍ୟରେ ଦନ୍ତା ୩, ମାଇ ୧୦,ଶାବକ ୮ ଟି ଥିବା ବନ ବିଭାଗରୁ ସୂଚନା ମିଳିଛି। ପ୍ରକାଶ ଥାଉକି ବିଶ୍ୱନାଥ ପ୍ରଧାନ ଓ ଶଙ୍କର କୁମାର ସାହୁ ଙ୍କ ବଗିଚା ରେ ପଶି ଆମ୍ବ,ଝାଡୁ ଖାଇଥିବା ଜଣା ପଡିଛି ।
