
ଜି ଉଦୟଗିରି ୦୮/୦୬ (ନୀଳମାଧଵ ପ୍ରଧାନ )କନ୍ଧମାଳ ଜ଼ିଲ୍ଲା ପାବୁରିଆ ଠାରେ ଆଜି ଆପରାହ୍ନ ୩ ଘଂଟିକା ସମୟରେ ଶ୍ରୀ ଅର୍ଣ୍ଣ ଅଭିଯାନ କୃଷିବିଭାଗ ଟିକାବାଲି ଏବଂ ଅଗ୍ରଣୀ ସ୍ଵେଛା ସେବି ସଂଗଠନସ୍ଵାତି ମିଳିତ ସହଯୋଗରେ ମୁଖ୍ୟଜିଲା କୃଷି ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ କୃଷି ଜିଲ୍ଲା ଅଧିକାରୀ ସୁଶ୍ରୀ ସୁନିତା ମିଶ୍ରଙ୍କ ଉପସ୍ଥିତିରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମ ପଞ୍ଚାୟତ କୁଟି ଗୁଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଟିର ୨୦ ଜଣ ମହିଳା ଚାଷୀ ମାନଙ୍କୁ ମାଣ୍ଡିଆ ବିହନ ବିତରଣ କରାଯାଇଥିଲା ଏହା ପରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶୀଘ୍ର ନର୍ସରୀ ବେଡ଼ ତିଆରି କରି ଚାରା ପକାଇ ବା ସହିତ ଜମି ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇ ଥିଲେ ଏହା ସହିତ ସ୍ଵାତି ର ସହଯୋଗ ରେ କୁଶସାନସେଟ ଆସନ୍ତା କାଲି ଠାରୁ ସ୍ଵାତିର କର୍ମୀ ମାନଙ୍କୁ ନର୍ସରୀ ବେଡ଼ ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେl
