
ଜି ଉଦୟଗିରି ୧୦/୦୬(ନୀଳମାଧଵ ପ୍ରଧାନ ) ବଜାର ରେ ଖୁଚୁରା ନ ମିଳିବା ଫଳରେ ବ୍ୟବସାୟୀ ଙ୍କ ସହିତ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଏସ ବି ଆଇ ତରଫରୁ ଭ୍ରାମ୍ୟମାଣ ମେଳା କରି ଖୁଚୁରା ବଣ୍ଟନ କରିବା ସହିତ ପୁରୁଣା ନୋଟ ବଦଳାଇବା ବ୍ୟବସ୍ଥା କରିଛନ୍ତି। ଆଜି ଏହି ମେଳା ଜି ଉଦୟଗିରି ଭଞ୍ଜମାର୍କେଟ ସମ୍ମୁଖରେ ଲାଗିଥିବା ବେଳେ ଲୋକମାନେ ଖୁଚୁରା ନେବା ସହିତ ପୁରୁଣା ରଦ୍ଦି ଫଟା ନୋଟ ଦେଇ ନୂଆ ନୋଟ ନେଉଥିବା ଦେଖିବାକୁ ମିଳିଛି। ଏହା ନିୟମିତ ବ୍ୟବଧାନ ରେ କରାଗଲେ ସମସ୍ତେ ଉପକୃତ ହେଇ ପାରିବେ ବୋଲି ବ୍ୟବସାୟୀ ମାନେ କହିଛନ୍ତି।
