ଜିଲ୍ଲା ସ୍ତରୀୟ ଉତ୍କଳ ସେବା ନିବୃତ ସେନାନୀ ସଂଘର ସାଧାରଣ ବୈଠକ ।

Iଜି.ଉଦୟଗିରି,୧୫/୦୬(ନୀଳମାଧବ ପ୍ରଧାନ ).ରାଇକିଆ ଠାରେ ଗତ ରବିବାର ଦିନ ଉତ୍କଳ ସେବା ନିବୃତ ସେନାନୀ ସଂଘ ସଭାପତି ଭେଟେରାନ ପ୍ରସିଦ୍ଧ କୁମାର ନାୟକଙ୍କ ସଭାପତିତ୍ୱ ରେ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଉପ- ସଭାପତି ପ୍ରମୋଦ ପ୍ରଧାନ,ସମ୍ପାଦକ ସୁକାନ୍ତ ପ୍ରଧାନ, ଯୁଗ୍ମ-ସମ୍ପାଦକ ଅଞ୍ଜନ ପ୍ରଧାନ,କୋଷାଧକ୍ଷ ସଦାନନ୍ଦ ପ୍ରଧାନ,ପବିତ୍ର ମୋହନ ପ୍ରଧାନ,ଉପଦେଷ୍ଟା ନାଗା ପ୍ରଧାନ ଉପଦେଷ୍ଟା ରବିନ୍ଦ୍ର ପ୍ରଧାନ (ପଡସିଲା) ,ସେବାଷ୍ଟିଆନ ପ୍ରଧାନ,ରଜନୀକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I ଜିଲ୍ଲା ସ୍ତରୀୟ କମିଟିରେ ସଂଘରେ ସଦସ୍ୟଙ୍କ ବୃଦ୍ଧି ସହ ଶୃଙ୍ଖଳିତ ଭାବରେ ପରିଚାଳିତ ଓ ପରସ୍ପରକୁ ସୁଦୃଢ, ସଂଗଠିତ ସହିତ ଅଗ୍ରସର ହୋଇ ବାହ୍ୟ ବିଶୃଙ୍ଖଳିତ କାର୍ଯ୍ୟ ମାନଙ୍କ ଠାରୁ ଦୁରେଇ ରହି ସମାଜ ସେବାରେ ନିଜକୁ ନିୟୋଜିତ କରିବା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ନୂତନ ସଭ୍ୟ ଭାବେ ଯୋଡ଼ି ହୋଇ ଥିବା ଭେଟେରାନ ମହାଶୟଙ୍କୁ U.S.S.S.A କନ୍ଧମାଳ ପକ୍ଷରୁ ରାଇକିଆ ଠାରେ ସମ୍ମାନିତ କରାଯାଇ ଥିଲା I

Leave a Reply

Your email address will not be published. Required fields are marked *