ପୌର ଅଧ୍ୟକ୍ଷା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆଇନ୍ ମନ୍ତ୍ରୀ ।

ଅମରେନ୍ଦ୍ର ପଟ୍ଟନାୟକ ୧୮/୦୬ ଛତ୍ରପୁର ପୌର ଅଧ୍ୟକ୍ଷା ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଙ୍କ ବିୟୋଗାନ୍ତକ ଖବର ପାଇ ମାନ୍ୟବର ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କରି ବାସଭବନକୁ ଯାଇ ଘରେ ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠା ଙ୍କ ପ୍ରତୀକୃତୀରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଆଇନ୍ ମନ୍ତ୍ରୀ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଛତ୍ରପୁର ସହରର ଜଣେ ବଳିଷ୍ଠ ନେତ୍ତୃତ୍ଵ କୁ ହରାଇଲା ବୋଲି ଆଇନ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତପ୍ରକାଶ କରିଛନ୍ତି । ତାଙ୍କ ପରିବାର ବର୍ଗ ସହ କଥାବାର୍ତ୍ତା କରି ଶର୍ମିଷ୍ଠା ପ୍ରଧାନ ଙ୍କ ସ୍ଵାମୀ ଆଡଭୋକେଟ୍ କେ. ଚନ୍ଦ୍ର ଶେଖର ରେଡ୍ଡୀ ଓ ତାଙ୍କ ପୁତ୍ର ଙ୍କୁ ସାନ୍ତ୍ଵନା ଦେଇ ସମବେଦନା ଜଣାଇଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ’ ନିକଟରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲାର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଛତ୍ରପୁର ହେଡ କ୍ୱାର୍ଟରରେ ସଭାମଞ୍ଚ ର କାର୍ଯ୍ୟକ୍ରମ ସମାହିତ କରିଥିଲେ । ଏହାରି ମଧ୍ୟରେ ସମୟ ବାହାର କରି ସ୍ବର୍ଗଗାମୀ ଶର୍ମିଷ୍ଠା ପ୍ରଧାନ ଙ୍କ ଖବର ପାଇ ତାଙ୍କ ବାସଭବନକୁ ଯାଇଥିଲେ । ତାଙ୍କ ସହ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଗଞ୍ଜାମ ଜିଲ୍ଲାପାଳ ୱା. କୀର୍ତ୍ତି ଭାସନ୍, ଗଞ୍ଜାମ ଏସପି ହରିଶ ବିସି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପୌର ଅଧ୍ୟକ୍ଷା ସ୍ୱର୍ଗତ ଶର୍ମିଷ୍ଠା ଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କରି ପରିବାର ବର୍ଗ ଙ୍କୁ ମିଳିତ ଭାବେ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *