ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ।

ଭଞ୍ଜନଗର ୦୭/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା ଅଭିଯୋଗରେ ୪ ଜଣକୁ ମଙ୍ଗଳବାର ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ସେଠୀ, ଅନୀଲ ସାଇଁ, ବାଳକୃଷ୍ଠ ବିଷୋୟୀ ଓ ସୁବାଷ ଚନ୍ଦ୍ର ପାଢ଼ୀ। ଭଞ୍ଜନଗର ଏସଡିପିଓ ଡ. ଦୀପକ କୁମାର ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମାହାନ୍ତି, ଏ ଏସ ଆଈ ରୁଦ୍ରପ୍ରତାପ କହଁର, ହାବିଲଦାର ଦିଲ୍ଲୀପ କୁମାର ରାଉତ, କନଷ୍ଟେବଳ ସନ୍ତୋଷ କୁମାର ନାୟକ, ଗୃହରକ୍ଷୀ ପି. ହେମନ୍ତ କୁମାର ରାଓ, ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତମାନେ ମଳସାପଦର ରାସ୍ତାରେ ଦାଦା ବଟି କାହାକୁ ମାଗିବା ପାଇଁ ଯୋଜନା କରିଥିଲେ। ଏନେଇ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ।

Leave a Reply

Your email address will not be published. Required fields are marked *