ଜି.ଉଦୟଗିରି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଠିକାଦାର ଙ୍କ ପରଲୋକ।

ଜି.ଉଦୟଗିରି,୧୭/୦୮ (ନିଳମାଧବ ପ୍ରଧାନ)ସ୍ଥାନୀୟ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଠିକାଦାର ପ୍ରତାପ ପଣ୍ଡାଙ୍କ (୬୨)ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସେ ଦୀର୍ଘ ୪୦ଦିନ ଧରି ଶରୀର ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସଧିନ ଅବସ୍ଥାରେ ରବିବାର ଅପରାହ୍ନ ୨ଘଣ୍ଟା ୪୦ ମିନଟରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ତାଙ୍କ ଶେଷ ସମୟ ରେ ତାଙ୍କ ଧର୍ମପତ୍ନୀ ଜି.ଉଦୟଗିରି ହବାକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଭାରତୀ ସାହୁ,ତାଙ୍କ ଦୁଇ ଝିଅ,ଭାଇ,ପୁତୁରା,ଦୁଇ ଭଉଣୀ,ଜ୍ବାଇଁଙ୍କ ସମେତ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସେ ଜି.ଉଦୟଗିରି ସହରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଭିନ୍ନ ସଂଗଠନ ସହ ଜଡିତ ରହିବା ସହ ସାମାଜିକ କାର୍ଯ୍ୟ ଏବଂ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହୁଥିଲେ I ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ସାରା ସହରରେ ଦୁଃଖର ଛାୟା ଖେଳି ଯାଇଛି I ସମସ୍ତ ପରିବାର ସଦସ୍ୟ ଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ସ୍ବର୍ଗତ ଶ୍ରୀ ପଣ୍ଡାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି I

Leave a Reply

Your email address will not be published. Required fields are marked *