
ନବରଙ୍ଗପୁର ୦୫/୦୯(ଚନ୍ଦ୍ର ଶେଖର ହରିଜନ)ଆଜି ବ୍ଲକ ସ୍ତରୀୟ ଗୁରୁ ଦିବସ ଓ ସମ୍ବର୍ଦ୍ଧନା ସଭା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁଲ ପୁର ଠାରେ ଅନୁଷ୍ଠିତ ହୋଇଯାଇଛି।
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ସହମଣ୍ଡଳ ଶିକ୍ଷାଧିକାରୀ ବାଲକଦାସ ରନ୍ଧାରୀ. ମୁଖ୍ୟବକ୍ତା ଭାବେ ସହମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ନାୟକ ଯୋଗଦେଇଥିବା ବେଳେ ଶିବ ପ୍ରସାଦ ପାତ୍ର . ସୁଦର୍ଶନ ମାଝୀ . ବାରୁଣୀ ପୁଜାରୀ. ମାଧବୀ ପରିଛା
ପ୍ରଶାନ୍ତ କୁମାର ପଣ୍ଡା . ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂଯୋଜକ ଜଗନ୍ନାଥ ମାଝୀ. ଜିଲ୍ଲା ମହିଳା ସଂଯୋଜିକା ପ୍ରତିମା ଯାଦବ . ସୁବାଷିନୀ ଦଣ୍ଡସେନା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ କିଶୋରଚନ୍ଦ୍ର ବେହେରା . କନକଲତାପାତ୍ର . ପ୍ରଭାତ ଭୂଷଣ ବେନ୍ୟା. ସୁବାଷିନୀ ପଟ୍ଟନାୟକ .ମୋହନ ପଣ୍ଡା.ଚିତ୍ତରଂଜନ ତ୍ରିପାଠୀ. ସୁରେଶ କୁମାର ପରିଛା
ରାଜେନ୍ଦ୍ର ହିଆଲ . ପ୍ରମୁଖ ସେବାନିବୃତ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶୁକମନଦିଶାରୀ .ବକଚାନ୍ଦ ପୂଜାରୀ. ଦେବମାଝୀ. ଦୈତାରୀ ପୂଜାରୀ. ସୋମନାଥ ଭତରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶୁକମନ ଦିଶାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଜଗନ୍ନାଥ ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
