ବାପାଙ୍କ ସ୍ମୃତିରେ ରକ୍ତଦାନ ଶିବିର ; ୫୨ ୟୁନିଟ୍ ସଂଗୃହୀତ ।

ଭଞ୍ଜନଗର, : ୦୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ସ୍ୱର୍ଗତ ହରିବନ୍ଧୁ ପ୍ରଧାନଙ୍କ ସ୍ମୃତିକୁ ଜନସେବାରେ ଉତ୍ସର୍ଗ କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ଠାରେ ସୋମବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିରକୁ ହରିବନ୍ଧୁ ପ୍ରଧାନଙ୍କ ପୁତ୍ର ତଥା କନ୍ଧମାଳ ସାଂସଦଙ୍କ ଡିଆରଡିଏ ପ୍ରତିନିଧି ଶିବ ଶଙ୍କର ପ୍ରଧାନ ଆୟୋଜନ କରିଥିଲେ।ଶିବିରରୁ ମୋଟ ୫୨ ପ୍ୟାକେଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭଞ୍ଜନଗର ବ୍ଲଡ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗୃହୀତ କରିଥିଲେ।ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରକ୍ତଦାନର ମହତ୍ତ୍ୱ ଉପରେ ମତପ୍ରକାଶ କରି ସେ ଯୁବପିଢ଼ି ଓ ନୂତନ୍ ରକ୍ତଦାତାଙ୍କୁ ନିୟମିତ ରକ୍ତଦାନ ପାଇଁ ଆହ୍ୱାନ କରିଥିଲେ।ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ବିଜେପି ନେତା ଧୋବା ଗୌଡ଼, କୁବେର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ-ୟୁନିଟ୍‌, ‘ବିପଦର ବନ୍ଧୁ’ର ମିଳିତ ସହଯୋଗରେ ଏହି ମେଗା ରକ୍ତଦାନ ଶିବିର ମୂଜାଗଡ ହାଇ ସ୍କୁଲ୍ ପଡ଼ିଆରେ ଆୟୋଜିତ ହୋଇଥିଲା। ସୂଚନା ପ୍ରକାରେ ଆଜି ସ୍ୱର୍ଗତ ହରିବନ୍ଧୁ ପ୍ରଧାନଙ୍କ ମୃତ୍ୟୁକୁ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କ ସ୍ମୃତି ଚାରଣ ପାଇଁ ହରିବନ୍ଧୁ ମେମୋରିଆଲ ଟ୍ରଷ୍ଟ ଗଠନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଆୟୋଜିତ ଏହି ରକ୍ତଦାନ ଶିବିର ମାଧ୍ୟମରେ ଅନେକ ଆବଶ୍ୟକତାପୂର୍ଣ୍ଣ ରୋଗୀଙ୍କ ଜୀବନ ରକ୍ଷାରେ ସହାୟତା ମିଳିବ ବୋଲି ଆୟୋଜକ ଶିବ ଶଙ୍କର ପ୍ରଧାନ କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱମ୍ବର ଜେନା, କଲେଜ ଏନଏନଏସ କୋ-ୟୁନିଟ୍‌ର କାର୍ଯ୍ୟକ୍ରମ ଅଧିକାରୀ ବାବୁଲା ପ୍ରଧାନ, ବିପଦର ବନ୍ଧୁ ସଂଗଠନ ପରିଚାଳକ ଅରକ୍ଷିତ ପରିଛା,ଭଞ୍ଜକିଶୋର ପ୍ରଧାନ, ସୁଜିତ୍‌ ବିଷୋୟୀ, ନଚିକେତା ପ୍ରଧାନ, ବଳରାମ ସାହୁ, ସରୋଜ ବିଷୋୟୀ, ପପୁ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *