କନ୍ଧମାଳ ଜିଲ୍ଲାର ବହୁ ପୁରାତନ ପୂଜା ମଣ୍ଡପରେ ଦୁର୍ଗା ପୂଜା ଆରମ୍ଭ,ଉତ୍ସବମୁଖର ସହର, ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ ।

ଜି ଉଦୟଗିରି ୧୭। ୧୦(ନୀଳମାଧବ ପ୍ରଧାନ ) କନ୍ଧମାଳ ଜିଲ୍ଲ।ର ବହୁ ପୁରାତନ ପୂଜାମଣ୍ଡପ ଜି ଉଦୟଗିରି ପୂଜା ମଣ୍ଡପ ତରଫରୁ ଶୁକ୍ରବାର ଦିନ ବିଲ୍ଵ ବରଣ ସହିତ ଆରମ୍ଭ ହୋଇଛି ଷଷ୍ଠୀ ପୂଜା। ଆବାହନ କରାଯାଇଛି ଜି ଉଦୟଗିରି ର ଅଧିଷ୍ଠାତ୍ରୀ ଦେବି ମା ବାରାଳିନୀଙ୍କୁ। ଶାରଦୀୟ ଦୁର୍ଗାପୂଜା ପାଇଁ ପୂରା ସହର କୁ ଆଲୋକମାଳା ରେ ସୁସଜିତ କରାଯାଇ ସୁଉଚ ତ୍ୱରଣ ରେ ସଜିତ ନିର୍ମାଣ କରାଯାଇଥିବା ବେଳେ ଉତ୍ସବ ମୁଖର ହୋଇ ଉଠିଛି ସହର। ଅଞ୍ଚଳରେ ଏହି ଗୋଟିଏ ପୂଜା ମଣ୍ଡପ ତରଫରୁ ଦୁର୍ଗାପୂଜା ଆୟୋଜିତ ହେଵା ସହିତ ଜୁ ଉଦୟଗିରି ର ଅଧିଷ୍ଠାତ୍ରୀ ଦେବି ମା ବରାଳିନୀ ଙ୍କୁ ଆବାହନ କରାଯାଉଥିବା ପରମ୍ପରା ରହିଥିବା ଯୋଗୁଁ ଆଖପାଖ ଅଞ୍ଚଳ ରୁ ବହୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଛି । ୧୬ ତାରିଖ ଶୁକ୍ରବାର ଦିନ ବିଲ୍ଵ ବରଣ ଏବଂ ଷଷ୍ଠୀ ପୂଜା ହୋଇଥିବା ବେଳେ , ଶନିବାର ଦିନ ଅର୍ଥାତ ଆଜି ରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ୧୮ ମହାଅଷ୍ଟମୀ ପୂଜା , ୧୯ ରେ ମହାନବମୀ ପୂଜା, ୨୦ ରେ ଦଶହରା ଏବଂ ଘଟ ବିସର୍ଜନ କାର୍ଯ୍ୟକ୍ରମ, ୨୧ ଏବଂ ୨୨ ରେ ସାଂକୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ ରେ ବିରାଟ ପଟୁଆରେ ଶୋଭାଯାତ୍ରା ରେ ବାହାରି ଭସାଣି କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି।

Leave a Reply

Your email address will not be published. Required fields are marked *