ରଥଯାତ୍ରା- ୨୦୨୬ ସମ୍ପର୍କରେ ପ୍ରସ୍ତୁତିମୂଳକ ବୈଠକ।

ଭଞ୍ଜନଗର, ତା ୧୨/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର, କୁଲାଡ -୨୦୨୬ ବର୍ଷର ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁଚାଳିତ ଏବଂ ସୁବ୍ୟବସ୍ଥିତ ଆୟୋଜନ କରିବା ପାଇଁ ପ୍ରସ୍ତୁତିମୂଳକ ବୈଠକ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସଫଳତାର ସହିତ ଅନୁଷ୍ଠିତ ହୋଇଛି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ବୈଠକରେ ଅଧ୍ୟକ୍ଷତା କରିବା ସହ ବୈଠକର ସୁବ୍ୟବସ୍ଥା ବିଷୟ ରେ କହିଥିଲେ । ଆମର ଲକ୍ଷ୍ୟ ରଥଯାତ୍ରାରେ ସର୍ବୋଚ୍ଚ ସୁରକ୍ଷା ଓ ସୁବ୍ୟବସ୍ଥା ନିଶ୍ଚିତ କରି ଜନସାଧାରଣଙ୍କୁ ଏକ ନିରାପଦ ଏବଂ ଭାବବହୁଳ ଅନୁଭବ ଦେବା। ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଚେତନ ଓ ସମନ୍ୱୟ ଭିତ୍ତିରେ କାମ କରିବାକୁ କହିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ କୁଲାଡ ପରି ଉପଖଣ୍ଡ ଅଞ୍ଚଳରେ ବହୁ ସ୍ଥାନରେ ଯଥା ବୁଗୁଡ଼ା , ବେଲଗୁଣ୍ଠା, ଆସ୍କା ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବ, ତେଣୁ ଯାତ୍ରାକୁ ଅତି ସୁରକ୍ଷା ସହ ଓ ଶାନ୍ତିସହ ସମ୍ପନ୍ନ ପାଇଁ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
ବୈଠକରେ ସମସ୍ତ ବିଭାଗ ଅଧିକାରୀ ଙ୍କ ସହ ରଥଯାତ୍ରା ବିଷୟରେ ଚର୍ଚ୍ଚା ହୋଇଥଲା ,ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା : ରଥ ନିର୍ମାଣ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁରକ୍ଷା ଓ ସଠିକ୍ ପରିଚାଳନା, ସ୍ଥାନୀୟ ଟ୍ରାଫିକ୍ ବ୍ୟବସ୍ଥା, ଉଚିତ ପୁଲିସ ବ୍ୟବସ୍ଥା, ଅଗ୍ନି ନିରାପଦ,ଆପତ୍ତି ସ୍ବାସ୍ଥ୍ୟ ଗତ ପରିସ୍ଥତି (ଅନୁଚିତ ଘଟଣା/ଚିକିତ୍ସା) ପାଇଁ ଅମ୍ବୁଲାନ୍ସ ଓ ଚିକିତ୍ସାକର୍ମୀ ଉପଲବ୍ଧତା, ଜନସ୍ୱାସ୍ଥ୍ୟ ଓ ପାଣି ବ୍ୟବସ୍ଥା (ସୁଚିତ ସ୍ଥଳ, ପୋର୍ଟେବଲ୍ ଟଏଲେଟ୍ ଇତ୍ୟାଦି)
ସଫାଇ ଓ ପରିଚ୍ଛନ୍ନତା ବ୍ୟବସ୍ଥା
ମଣ୍ଡପ/ରଥ ପରିଚାଳନା, ଚାଳକ ଓ ରଥ ନିର୍ଦ୍ଦେଶନା, ଯାତ୍ରୀଙ୍କ ସୁରକ୍ଷା। ଜନସାଧାରଣ ଙ୍କ
ରଥଯାତ୍ରା କାର୍ଯ୍ୟକ୍ରମ ର ସମ୍ପୁର୍ଣ୍ଣ ସୂଚନା ନିମନ୍ତେ, ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସବିଶେଷ ବିବରଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସମସ୍ତ ଗଣମାଧ୍ୟମ ଦ୍ୱାରା ଉପଯୁକ୍ତ ପ୍ରଚାର ଓ ପ୍ରସାର ଇତ୍ୟାଦି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପ୍ରଶାସନ, ସରକାରୀ ଓ ସାମାଜିକ ପ୍ରତିନିଧି, ମନ୍ଦିର ପରିଚାଳନା ସଦସ୍ୟ, ପୁଲିସ ବ୍ୟବସ୍ଥା, ଅମ୍ବୁଲାନ୍ସ ଓ ଆପଦକାଳୀନ ସେବା ସଂପୃକ୍ତ ବିଭାଗଗୁଡିକ ର ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ। ଭଞ୍ଜନଗର ତହସିଲଦାର ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟ ବାଦ୍ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *