
ଜି.ଉଦୟଗିରି ୧୧/୦୬ (ନୀଳମାଧବ ପ୍ରଧାନ ).ଜି.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହା ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବେ ଡ଼ଃ ନିବେଦିତା କର ଗତ ସୋମବାର ଜୁନ ମାସ 8 ତାରିଖରେ ପୂର୍ବତନ ଅଧ୍ୟକ୍ଷ ଡ଼ଃ ଦୀପକ କୁମାର ମହାନ୍ତି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି I ଶ୍ରୀମତୀ କର ଏହା ପୂର୍ବରୁ ବ୍ରହ୍ମପୁର ସ୍ଥିତ D.P.I.A.S.E.ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେ ସର,ଉଦ୍ଭିଦ ବିଜ୍ଞାନ ବିଭାଗରେ ଶିକ୍ଷାଦାନ କରି ଆସୁ ଥିଲେ I ଶିକ୍ଷାନୁଷ୍ଠାନ ଭଳି ଏକ ପବିତ୍ର ଶିକ୍ଷା ମନ୍ଦିରରେ ରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ପରସ୍ପର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ତେଣୁ, ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଏକ ଉନ୍ନତମାନର ଶିକ୍ଷାନୁଷ୍ଠାନ ଭାବେ କଳିଙ୍ଗା ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ନିଜର ପରିଚୟ ସୃଷ୍ଟି କରି ପାରିବ ବୋଲି ନିଜ ମତ ରଖିଛନ୍ତି ଅଧ୍ୟକ୍ଷା ଶ୍ରୀମତୀ କର ମହୋଦୟା I
