
ଭଞ୍ଜନଗର ୧୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ )ଫଟୋର ଥିବା ଏହି ବାଳିକା ଜଣକ ଭୁଲ୍ ବଶତଃ ପଶ୍ଚିମବଙ୍ଗ ରାଜ୍ୟର କଲିକତା ଅଞ୍ଚଳକୁ ପଳାଇ ଯାଇଛନ୍ତି। ସେଠାରେ କିଛି ସହୃଦ୍ୟ ବ୍ୟକ୍ତି ଉଦ୍ଧାର କରିବା ପରେ ବର୍ତ୍ତମାନ କଲିକତାର ସୁପ୍ରଭାତ ଫାଉଣ୍ଡେସନ କର୍ମକର୍ତ୍ତାଙ୍କ ପାଖରେ ସୁରକ୍ଷିତ ରହିଛି। ସେ ସେଠାରେ ସ୍ପଷ୍ଟ ଭାବେ କିଛି କହି ପାରୁନଥିବା ବେଳେ ତାର ନାମ ସୁଚିସ୍ମିତା ସେଠୀ ଏବଂ ଘର ଭଞ୍ଜନଗର ବୋଲି ପ୍ରକାଶ କରିଛି। ତେଣୁ ଯେଉଁ ବ୍ୟକ୍ତି ଏହି ଝିଅଟି କୁ ଚିହ୍ନି ପାରୁଛନ୍ତି ସେମାନେ ପରିବାର ଲୋକଙ୍କୁ ଜଣାଇବା ସହ ତୁରନ୍ତ ଭଞ୍ଜନଗର ଥାନାରେ ଜଣାଇବାକୁ ବିଶେଷ ଅନୁରୋଧ କରାଯାଉଛି। ଏଥିସହ ଏହି ଝିଅର ପରିଚୟ ଜାଣିବା ପରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଙ୍କ ମୋବାଇଲ ନମ୍ୱର୍- 9556659445 କିମ୍ବା ସଂପୃକ୍ତ ଫାଉଣ୍ଡେସନ ର ନମ୍ୱର୍ 9474375129 କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି। ଆପଣକଂ ସହୃଦୟ ସହଯୋଗ ଜଣେ ଝିଅକୁ ତା ପରିବାର ନିକଟରେ ପହଞ୍ଚାଇବାରେ ସହାୟକ ହୋଇପାରିବ।
