ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା,୧୫/୦୬ ନାରାୟଣ ପଣ୍ଡା ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକ ଅନୁପ ସିଲ୍ ଙ୍କ ଅନ୍ୟ ଶାଖାକୁ ବଦଳି ହୋଇଯାଇଥିବା ଯୋଗୁଁ ତାଙ୍କୁ ବ୍ୟାଙ୍କ୍ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦାୟୀ ଶାଖା ପରିଚାଳକ ଶ୍ରୀ ସିଲ୍ ଗତ ଦୁଇ ବର୍ଷ ଧରି ଗୋବରା ଶାଖାରେ ଶାଖା ପରିଚାଳକ ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଗ୍ରାହକ ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ,ଋଣ ପ୍ରଦାନ,ଗ୍ରାହକ ବୃଦ୍ଧି,ଗ୍ରାହକ ସୁରକ୍ଷା ଆଦି କ୍ଷେତ୍ରରେ ଉତ୍ତମ ସେବା ଯୋଗାଇ ଦେଇ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହି ଅବସରରେ ବିଦାୟୀ ଶାଖା ପରିଚାଳକଙ୍କୁ ମାନପତ୍ର, ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ବ୍ୟାଙ୍କ୍ ସହ ଶାଖା ପରିଚାଳକ କିଶୋର ଖାନ୍ନା , କର୍ମଚାରୀ ସଞ୍ଜୀବ,ବିପିନ,ଚନ୍ଦନ, ପ୍ରଶାନ୍ତ,ବଳରାମ ଲେଙ୍କା, ବାବୁନି ଶତପଥୀ,ହରିହର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *