
ଜି.ଉଦୟଗିରି,୩୦/୦୬ (ନୀଳମାଧଵ ପ୍ରଧାନ )ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।ଏପରି ପବିତ୍ର ଦିବସରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସୁନା କୁଅର ୧୦୮ ଢାଳ ଜଳରେ ଗାଧୋଇବାର ପରମ୍ପରା ରହିଛି।ଏହି ଅବସରରେ ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ମଧ୍ୟ ସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଆଜି ମନ୍ଦିରରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ,ବଡଭାଇ ଶ୍ରୀ ବଳଭଦ୍ର,ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବିଧି ଅନୁଯାୟୀ ସ୍ନାନ ବେଦୀକୁ ପହଣ୍ଡି କରି ଅଣାଯାଇଥିଲା।ତା ପରେ ପୁରହିତ ସୂର୍ଯ୍ୟନାରାୟଣ ଙ୍କ ଦ୍ବାରା ପୂଜା ନୀତି ଆରମ୍ଭ ହୋଇଥିଲା।ଜଗନ୍ନାଥ ମନ୍ଦିର ପୂଜକ ଅଚ୍ୟୁତ ପଣ୍ଡା, ଚନ୍ଦ୍ର କାନ୍ତ ପଣ୍ଡା, ମାନସ ପଣ୍ଡାଙ୍କ ସମେତ ସମସ୍ତ ପୂଜକ ୧୦୮ ଢାଳ ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସ୍ନାନ କରାଇଥିଲେ।ନିତିନୀୟମ ଅନୁଯାଇ ହୋମ,ଯଜ୍ଞ ଏବଂ ପୁଜାର୍ଚ୍ଚନା କରି ସ୍ନାନ କାର୍ଯ୍ୟ ସମାପନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଡଭାଇ ଶ୍ରୀ ବଳଭଦ୍ର ଙ୍କୁ ହାତୀ ବେଶ ବା ଗଜାନନ ବେଶ କରାଯାଇଥିଲା। ସ୍ନାନ ଯାତ୍ରା ଏବଂ ମହାପ୍ରଭୁଙ୍କ ହାତୀ ବା ଗଜାନନ ବେଶ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା।ତେବେ ପରମ୍ପରା ଅନୁଯାୟୀ ଆଜିର ସ୍ନାନ ପରେ ଆସନ୍ତାକାଲି ଠାରୁ ମହାପ୍ରଭୁ ଜ୍ବରରେ ପିଡୀତ ହୋଇ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ କୋଠରୀରେ ରହିବା ବେଳେ ପୁଜାରୀଗଣ ବିଭିନ୍ନ ପ୍ରକାରର ମଇଲମ ମହାପ୍ରଭୁଙ୍କୁ ଚଢାଇ ଜ୍ବର ଭଲକରିବେ।୧୫ ଦିନ ପରେ ପୁଣି ନବଯୌବନ ଦର୍ଶନ ଦେଇ ନଅ ଦିନ ପାଇଁ ମାଉସୀ ମାଙ୍କ ଘରକୁ ରଥଯାତ୍ରା ପର୍ବରେ ବୁଲିବାକୁ ଯିବାର ବିଧି ରହିଛି।
