ବାରାହା ଶିକାର ଉଦ୍ୟମ ବେଳେ ୬ ଆନ୍ଧ୍ର ଶିକାରୀ ଗିରଫ ବିପୁଳ ବିସ୍ପୋରକ ଓ ଗୁଳି ଜବତ ।

ଚିକିଟୀ ୦୧/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡ କେ. ନୂଆଗାଁ ଥାନା ଅର୍ନ୍ତଗତ କୁଟିଲିଙ୍ଗୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ୟମ କରୁଥିବା ବେଳେ ପୋଲିସ ଆନ୍ଧ୍ରପ୍ରଦେଶ ୬ଜଣ ଶିକାରୀ ଗିରଫ କରିଛି । ସୂଚନା ଅନୁଯାୟୀ ସୋମବାରେ କୁଟିଲିଙ୍ଗି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଉପରୋକ୍ତ ବ୍ୟକ୍ତିମାନେ ବୁଲୁଥିବା ଦେଖି କିଛି ଲୋକ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମାନେ ସେମାନେ ଓଡ଼ିଆରେ ଠିକ ଭାବେ କଥା ବାର୍ତ୍ତା କରୁନଥିବା ଜାଣି ସନ୍ଧେହ ଭାବେ ଚିକିଟୀ ଫାଣ୍ଡିକୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଏବଂ ଫାଣ୍ଡି ଅଧିକାରୀ ଗୌତମ ସାହୁ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଥାନା କୁ ନେଇ ତଦନ୍ତ କଲାବେଳେ ସେମାନଙ୍କ ପାଖରୁ ୮୫ ଟି ଗୁଳି, ଦୁଇଟି କଳା କୋଇଲା ପାଉଡର ଭର୍ତ୍ତି ପ୍ଲାଷ୍ଟିକ ପାତ୍ର, ଗୋଟିଏ ହଳଦିଆ ପାଉଡର ଭର୍ତ୍ତି ପ୍ଲାଷ୍ଟିକ ପାତ୍ର, ଗୋଟିଏ ହାତୁଡ଼ି ଓ ଫ୍ଲାୟାର ଏବଂ ଗୋଟିଏ ଲୁହା ଖଣ୍ଡ ସହ ୬ ଗୋଟି ମୋବାଇଲ ଜବତ ହୋଇଥିଲା। ସେମାନେ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ସୋମଦୁଲା. ସୁରେଶ, ଏରା. ବାଲରାଜୁ, ବୋରା. ରାମଣା, ଆଲପାନା ଗୋବିନ୍ଦୁ, କୁପିଲି ଚରଣ ଓ ଜଣେ ୧୭ ବର୍ଷୀୟ ନାବାଳକ। ସୂଚନା ମୁତାବକ ଏମାନେ ଜଙ୍ଗଲ ଗୁଡ଼ିକୁ ଯାଇ ବିସ୍ଫୋରକ ପଦାର୍ଥ ବ୍ୟବହାର କରି ବାରହା ଶିକାର କରିବା କଥା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି। ଏ ନେଇ ଥାନାରେ କେସ ନମ୍ୱର ୧୪୪/୨୬ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ପାତ୍ରପୁର କୋର୍ଟ ଏବଂ ନାବାଳକକୁ ବ୍ରହ୍ମପୁର ଜେଜେବି କୁ ପଠାଯାଇଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *