
ଜି.ଉଦୟଗିରି ୦୯/୦୭ (ନୀଳମାଧଵ ପ୍ରଧାନ ). ଜି. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର-4 ଶ୍ରୀରାମପଦା
ରେ ଗୁରୁବାର ସଂନ୍ଧ୍ୟା ସମୟ ପ୍ରାୟ 6 ଘଣ୍ଟିକାରେ ଏକ ଅଭାବନୀୟ ଘଟଣା ଘଟିଛି I ସୂଚନା ପ୍ରକାରେ ଜଣେ ବ୍ୟକ୍ତି ରବୀନ୍ଦ୍ର ବିଶ୍ୱାଳ (55) ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ବିଶ୍ୱାଳ (47)ଓ ତାଙ୍କ ପୁଅ ବୋହୁ ସ୍ବପ୍ନାରଣୀ ଶତପଥି (25)ଙ୍କୁ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିବାର ସୂଚନା ରହିଛି I ଗୁରୁତ୍ୱର ଆହତ ଶାଶୁ ବିଜୟଲକ୍ଷ୍ମୀ ଏବଂ ପୁଅ ବୋହୁ ସ୍ବପ୍ନାରଣୀଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ପ୍ରଥମେ ଚିକିତ୍ସା ପାଇଁ ନେଇ ଥିଲେ I ଦୁଇ ଗୁରୁତ୍ୱର ଆହତ ଶାଶୁ ବୋହୁଙ୍କୁ କାର୍ଯ୍ୟରତ ଡ଼ଃ ଅଶୋକ କୁମାର ପ୍ରଧାନ ପ୍ରଥମିକ ଚିକିତ୍ସା କରିବା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ 108 ଆମ୍ବୁଲାନ୍ସରେ ଯୋଗେ ଅଧିକ ଚିକିତ୍ସା ପାଇଁ ରେଫର କରିଦେଇଥିଲେ I ଏଭଳି ଏକ ଅଭାବନୀୟ ଖବର ପାଇ ଜି.ଉଦୟଗିରି ଥାନା ଏ.ଏସ. ଆଇ ବୁଲୁ ବେହେରା,ହାବିଲଦାର ବିଷ୍ନୁପାଣୀ ସେଠୀ ଓ ପୋଲିସ ଟିମ ରବୀନ୍ଦ୍ର ବିଶ୍ୱାଳଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି I
