ବିଦୂତ ଆଘାତରେ ରୋଷେୟା ଟୁନା ପାତ୍ରଙ୍କ ପୁଅଙ୍କ ଦେହାନ୍ତ ।

ଭଞ୍ଜନଗର ::୧୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନସ୍ଥ କୁଲାଡ଼ ଗ୍ରାମର ଟୁନା ପାତ୍ର ଙ୍କ ପୁଅ ବିଶ୍ୱଜିତ ପାତ୍ର (୨୫) ର ଆଜି ସକାଳ ସମୟରେ ବିଦ୍ୟୁତ ଆଘାତରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି। ଆଜି ସକାଳ ସମୟରେ ବାଗଦେବୀ ରୋଡ଼ ଠାରେ ଏକ ଟିଫିନ ହୋଟେଲ ଉପରେ ସାଇନ ବୋର୍ଡ ମାରିବାକୁ ଯାଇଥିବା ବେଳେ ହଟାତ ବିଦୂତ ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରୁ ଲୋକମାନେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ ଡାକ୍ତର ସେଥରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ସେ ଭଞ୍ଜନଗର ସହରର ଖାଲାସି ସାହିରେ ରହୁଥିଲେ। ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଯାଇଛି।

Leave a Reply

Your email address will not be published. Required fields are marked *