
ପୁରୀ୨୦/୦୮(ପିକୁନ ଜେନା)ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଏସ.ଓ.ଏସ୍.ସି. (SOSC) ପରୀକ୍ଷା, ୨୦୨୬ (ଦ୍ୱିତୀୟ)ର ପରିଚାଳନାକୁ ନେଇ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷା କେନ୍ଦ୍ର ଭିତରେ ସ୍ୱଚ୍ଛତା ଓ ଶୃଙ୍ଖଳାକୁ ଜଳାଞ୍ଜଳି ଦିଆଯାଇ ମୋଟା ଅଙ୍କର ଟଙ୍କା ବିନିମୟରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ପରୀକ୍ଷା କେନ୍ଦ୍ର ଚିଲିକା ନୋଡାଲ୍ ହାଇସ୍କୁଲ, ଆଳୁପାଟଣା ସମ୍ପୃକ୍ତ ସ୍କୁଲମାଲୁଡ଼ ନୋଡାଲ୍ ହାଇସ୍କୁଲ, ମାଲୁଡ଼ ପରୀକ୍ଷା ହଲ୍ ଭିତରେ କଡ଼ା କଟକଣା ରହିବା କଥା, କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଠାରେ କେବଳ ଟଙ୍କା ବଳରେ ପାସ୍ ହେବାର ବାଟ ଫିଟିଛି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ଯେଉଁ ପିଲାମାନେ କଠିନ ପରିଶ୍ରମ କରି ପରୀକ୍ଷା ପ୍ରସ୍ତୁତି କରିଛନ୍ତି, ଏଭଳି ଦୁର୍ନୀତି ଯୋଗୁଁ ସେମାନେ ନିରାଶ ହେଉଛନ୍ତି ଏବଂ ଶିକ୍ଷା ବ୍ୟବସ୍ଥା ଉପରୁ ଜନସାଧାଣଙ୍କ ଭରସା ତୁଟୁଛି ବୋର୍ଡ଼ ପକ୍ଷରୁ ସ୍ୱଚ୍ଛ ପରୀକ୍ଷା ପାଇଁ ଦାବି କରାଯାଉଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ରହିଛି
ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଏବଂ ଅଞ୍ଚଳ ବାସୀଙ୍କ ର ଦୃଢ଼ ଦାବି ମାଧ୍ୟମିକ ଶିକ୍ଷା ପରିଷଦ (BSE) ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାର ସ୍ୱଚ୍ଛ ତଦନ୍ତ କରନ୍ତୁ ଆଳୁପାଟଣା ପରୀକ୍ଷା କେନ୍ଦ୍ର ଏବଂ ମାଲୁଡ଼ ସ୍କୁଲର ପରିଚାଳନା ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଉ
