

ସୋରଡ଼ା, ୨୧/୨୬ମନୋରଞ୍ଜନ ଅଧିକାରୀ ଙ୍କ ରିପୋର୍ଟ
ସୋରଡ଼ା ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରର ପବିତ୍ର ଆନ୍ତର୍ଜାତୀୟ ମାତୃଭଷା ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଋଷିକୂଲ୍ୟା ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ହୃଷୀକେଶ ମିଶ୍ର ମହୋଦୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଅୟମାରମ୍ଭ କରିଥଲେ। ସେ ବ୍ୟକ୍ତିଗତ ଜୀବନରେ ସେ ଜଣେ ଇଂରାଜୀ ଅଧ୍ୟାପକ ସହିତ ଜଣେ କଳାକାର, ନାଟ୍ୟକାର, କଥାକାର, ମଧ୍ୟ ଥିଲେ। ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ରଥ ମହୋଦୟ ଅତିଥିଙ୍କ ପରିଚୟ ତଥା ଆଭିମୁଖ୍ୟ ପ୍ରଦାନ କରିଥଲେ।
ଅତିଥିଙ୍କ ସହ ପ୍ରଧାନାଚାର୍ଯ୍ୟ ମହୋଦୟ ଉକ୍ତ ଦିବସର ବ୍ୟବସ୍ଥା ପ୍ରମୁଖ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ସାହୁ ଓ ବରିଷ୍ଠ ଆଚାର୍ଯ୍ୟ
ଶ୍ରୀଯୁକ୍ତ ନାରାୟଣ ସାହୁ ମହୋଦୟ ମଞ୍ଚାସୀନ ଥିଲେ। ମାତୃଭାଷାର ଗୁରୁତ୍ଵ ଓ ଆମ ସଂସ୍କୃତିକୁ ବଜାୟ ରଖିବା ବିଷୟରେ ଅତିଥି ମହୋଦୟ ଶିଶୁଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଯେ ଯେତେ ଯାହା ହେଲେ ମଧ୍ୟ ପିଲାମାନେ ତୁମେ ତୁମ ମାତୃଭାଷା ଓ ସଂସ୍କୃତିକୁ ଭୁଲିବ ନାହିଁ । ପ୍ରଥମ ଠାରୁ ଦଶମ ଶ୍ରେଣୀ ଶିଶୁ ଭାଇ ଓ ଭଉଣୀ ବିଭିନ୍ନ ଭାଷଣ, ହସ୍ତାକ୍ଷର , ସଙ୍ଗୀତ ପ୍ରତିଯୋଗିତା କରି ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ସାହୁ ମହୋଦୟ କୃତଜ୍ଞତା ଜ୍ଞାପନ କରିଥିଲେ।
