
ବେଲଗୁଣ୍ଠା ନାରାୟଣ ପଣ୍ଡା ୧୮/୦୪, ବେଳଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ୨୦୦୨ ମସିହାରେ ଅଧ୍ୟୟନ କରିଥିବା ଛାତ୍ରଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ୨୦୦୨ ବ୍ୟାଚ୍ ର ସମସ୍ତ ଛାତ୍ର ଅଂଶଗ୍ରହଣ କରି ବିଦ୍ୟାଳୟ ଜୀବନର ସ୍ମୃତି ସାଉଁଟିବା ସହିତ ନିଜର ବ୍ୟକ୍ତିଗତ, ସାମାଜିକ, ସୁବିଧା, ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ I ଏହିଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରାଯିବା ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଜର ପରିବାର ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରିବା ପାଇଁ ଆଲୋଚନା ହୋଇଥିଲା I ଏହା ସହିତ ସମସ୍ତ ଛାତ୍ରଙ୍କ ସହଯୋଗରେ ଏକ ମିଳିତ ପାଣ୍ଠି ଗଠନ କରାଯାଇ ଏହି ପାଣ୍ଠିକୁ ଅନ୍ୟର ଅସୁବିଧା ସମୟରେ ବିନିଯୋଗ କରାଯିବା ସହିତ ସଂଗଠନର ପ୍ରତ୍ୟେକ ସଦସ୍ୟଙ୍କ ସହଯୋଗରେ ରକ୍ତଦାନ ଶିବିର,ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯିବା ଦିଗରେ ଆଲୋଚନା କରାଯାଇଥିଲା I ଏନେଇ ଉପସ୍ଥିତ ଛାତ୍ରମାନେ ବ୍ୟକ୍ତିଗତ ଜୀବନରୁ ସମୟ ବାହାର କରି ନିଜର ସାଧ୍ୟମତେ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଶପଥ ନେଇଥିଲେ I
