ଗଞ୍ଜେଇ ସହ ବାଇକ ଜବତ।ଅଭିଯୁକ୍ତ ଗିରଫ।

ଦିଗପହଣ୍ଡିରୁ ଜି ସନ୍ତୋଷ ରେଡ୍ଡୀ ଙ୍କ ରିପୋର୍ଟ,୧୦/୦୩ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କୃଷି ଜିଲା କାର୍ଯ୍ୟାଳୟ ନିକଟରୁ ଅବକାରୀ କର୍ମଚାରୀ ମାନେ ଜଣେ ଯୁବକଙ୍କ ନିକଟରୁ ୫ କେଜି ୬ ଶହ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ସେ ହେଲେ ଗଜପତି ଜିଲା ମୋହନା ଥାନା ହଲପଙ୍କା ଗ୍ରାମର ବିନୟ ରଇତ (୨୧)। ମୋହନା ରୁ ଜଣେ ଯୁବକ କଳା ଓ ଲାଲ ରଙ୍ଗର ବାଇକ ଯୋଗେ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିବା ଖବର ପାଇ ଚିକିଟି  ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା,ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ. ତ୍ରିପତି, କନେଷ୍ଟବଳ ଆଲଫଲତା ସାହୁ, ବଳରାମ ପାତ୍ର , ରାଜେଶ ଜେନା, ସେକ୍. ରାଜେଶ୍ ଉଦ୍ଦିନ, ପୃଥ୍ୱୀରାଜ ସ୍ୱାଇଁ ପ୍ରମୁଖ କୃଷି ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଛକି ରହିଥିଲେ। ବ୍ରହ୍ମପୁର ଅଭିମୁଖେ ଦୃତ ଗତି ରେ ଯାଉଥିବା ବାଇକ (ନଂ. ଓଡ଼ି ୦୭ ଏକ୍ସ୍ -୬୨୪୬) କୁ ଅବକାରୀ କର୍ମଚାରୀ ବୃନ୍ଦ ଅଟକାଇ ଖାନ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଅଭିଯୁକ୍ତ ବିନୟ ଙ୍କୁ ଅବକାରୀ ମାମଲା ନଂ.୯୦/୨୫-୨୬ ଅନୁଯାୟୀ ବ୍ରହ୍ମପୁର ଜିଲା ଜଜ କୋର୍ଟ କୁ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ତାଙ୍କ ନିକଟରୁ ବାଇକ ଓ ମୋବାଇଲ ଫୋନ ଜବତ କରାଯାଇଥିବା ଅବକାରୀ ରେଞ୍ଜ ଇନ୍ସପେକ୍ଟର ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *