

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ମନୋରଞ୍ଜନ ଅଧିକାରୀ ଙ୍କ ରିପୋର୍ଟ (୩/୦୩)ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ସୋରଡା ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୦୪ ପଦବୀ ପାଇଁ ୦୭ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ଶୁକ୍ରବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନରେ ଦିନ ୩ଟା ସୁଦ୍ଧା ସଭାପତି ପଦବୀ ନିମନ୍ତେ ଆଇନଜୀବୀ ଅରୁଣ କୁମାର ଦାସ ଦାଖଲ କରିଥିବା ନାମାଙ୍କନ ପ୍ରତ୍ୟାହାର କରିନେଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ଶକ୍ତି ରଞ୍ଜନ ସୁଆର ଜଣାଇଛନ୍ତି।ସଭାପତି ପଦବୀ ନିମନ୍ତେ ଜିତେନ୍ଦ୍ର କୁମାର ଧଳ, କାଳୀ ଚରଣ ପାଢ଼ୀ,ଉପସଭାପତି ନିମନ୍ତେ ନିଳାଞ୍ଚଳ ବିଷୋୟୀ। ସମ୍ପାଦକ ପଦବୀ ନିମନ୍ତେ ରଜନୀ କୁମାର ପଟ୍ଟନାୟକ, ଶ୍ରାବଣୀ ଦାସ,ସହ ସମ୍ପାଦକ ନିମନ୍ତେ ପ୍ରିୟ ରଞ୍ଜନ ପାଢ଼ୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଉପସଭାପତି ଏବଂ ସହ ସମ୍ପାଦକ ପଦବୀ ନିମନ୍ତେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି। ସଭାପତି ଏବଂ ସମ୍ପାଦକ ପଦବୀ ନିମନ୍ତେ ଦିି-ମୁଖି ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡିଛି। ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଶନିବାର ପ୍ରକାଶ ପାଇବ। ୨୮ ତାରିଖ ସକାଳ ୭.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଛନ୍ତି।
