ନିଆଁ ଲାଗି ଜଳିଗଲା କୁକୁଡ଼ା ଫାର୍ମ, କ୍ଷତି ସହିଲେ ଚାଷୀ।

ଭଞ୍ଜନଗର : ୨୩/୦୩ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଭଞ୍ଜନଗର ବ୍ଲକ ତାରାସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମପଞ୍ଚଯାତର ଉଲୁଦନ ଗ୍ରାମରେ ଗତ ରବିବାର ଦିନ ଅପରାହ୍ନ ୦୫ଘଣ୍ଟା ସମୟରେ ରିଙ୍କୁ ପ୍ରଧାନ ନାମକ ଜଣେ କୁକୁଡ଼ା ଚାଷୀଙ୍କ ଫାର୍ମରେ ନିଆଁଲାଗି ଅନେକ କୁକୁଡ଼ା ପୋଡି ଯିବା ସହ ସେମାନଙ୍କ ପାଇଁ ଗଛିତ ରହିଥିବା ଖାଦ୍ୟ, ଔଷଧ, ପାଣି ଟାଙ୍କି, ବୋର ମୋଟର ସମ୍ପୂର୍ଣ ପୋଡ଼ିଯାଇ ଧ୍ବଂସ ହୋଇଯାଇଛି। ସୂଚନା ମୁତାବକ ରିଙ୍କୁ ତାଙ୍କ ଫିର୍ମରେ ପ୍ରତିଦିନ ଭଳି ରବିବାର ଦିନମଧ୍ୟ କୁକୁଡ଼ା ମାନଙ୍କୁ ଖାଦ୍ୟ ଓ ପାଣି ଦେଇ କବାଟ ବନ୍ଦ କରି ଘରକୁ ଯାଇଥିଲେ। କିନ୍ତୁ ହଟାତ ସେ ଜାଣିବାକୁ ପାଇଲେ କି ତାଙ୍କ ଫାର୍ମରେ ନିଆଁ ଲାଗିଯାଇଛି ସେ ଚକିତ ହୋଇ ଯାଇଦେଖିବା ବେଳକୁ ଫାର୍ମର ଅଧିକାଂଶ ଅଂଶ ଜଳିଯାଇଛି। ସେ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣା ସ୍ଥଳରେ ଭଞ୍ଜନଗର ଅଗ୍ନିଶମ ବିଭାଗର ଅଧିକାରୀ ମାନେ ପହଁଞ୍ଚି ଜ୍ୱଳନ୍ତା ନିଆକୁ ଆୟତ କରିବା ସହ ଫାର୍ମରେ କ୍ଷୟ କ୍ଷତି ଆକଳନ କରିଥିଲେ। ନିଆଁ ଜଙ୍ଗଲରୁ ବ୍ୟାପି ଏଭଳି ବଡ ଧାରଣର କ୍ଷତି ପହଞ୍ଚାଇଥିବା ସଂନ୍ଦେହେ କରାଯାଉଛି।

Leave a Reply

Your email address will not be published. Required fields are marked *