କୁଇ ସମାଜର ପଞ୍ଚାୟତ ସ୍ତରୀୟ ନିର୍ବାଚନ ସଫଳତାର ସହ ଅନୁଷ୍ଠିତ ।

ଜି .ଉଦୟଗିରି ୨୬/୦୪(ନୀଳମାଧବ ପ୍ରଧାନ)ଏପ୍ରିଲ ୨୬ କୁଇ ସମାଜ ଜି.ଉଦୟଗିରି ଶାଖା ର ପଞ୍ଚାୟତ ସ୍ତରୀୟ ନିର୍ବାଚନ ଆଜି ଲିଙ୍ଗାଗଡ଼ ଗ୍ରାମ ପଂଚାୟତ ଉପଶାଖା ପାଇଁ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନ ଶ୍ରୀ ଉଦ୍ଧବ ପ୍ରଧାନ ଓ ପ୍ରମୋଦ ପ୍ରଧାନ ଙ୍କ ଉଦ୍ୟମ ରେ ସମାଜର ବହୁ ସଦସ୍ୟ ଉତ୍ସାହର ସହ ଅଂଶଗ୍ରହଣ କରିଥିଲl ବେଳେ ଶ୍ରୀ ଉଦୟନାଥ ପ୍ରଧାନ, ସଭାପତି, ବ୍ରଜରାଜ ପ୍ରଧାନ ଉପସଭାପତି, ଜିତେନ୍ଦ୍ର ପ୍ରଧାନ ସମ୍ପାଦକ, ଧନଞ୍ଜୟ ପ୍ରଧାନ ସାହସମ୍ପାଦକ, ଜୟକୃଷ୍ଣ ମାଲିକ କୋଷାଧକ୍ଷ ଭାବରେ ସର୍ବସାମ୍ମତି କ୍ରମେ ନିର୍ବାଚିତ ହୋଇଥଲେ lନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବେ ସମ୍ପନ୍ନ ହୋଇଥିଲା। ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିଜ ନିଜ ମତ ପ୍ରକାଶ କରି ସମାଜର ଉନ୍ନତି ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ନିର୍ବାଚନ ମାଧ୍ୟମରେ ନବନିର୍ବାଚିତ ପଦାଧିକାରୀମାନେ ସମାଜର ସେବା, ଏକତା ବୃଦ୍ଧି ଓ ସଂସ୍କୃତିର ସୁରକ୍ଷା ନେଇ ଅଗ୍ରଗତି କରିବେ ବୋଲି ଆଶା ପ୍ରକାଶ କରାଯାଇଛି।ସମାଜର ବରିଷ୍ଠ ସଦସ୍ୟ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ମାଜିରା ପ୍ରଧାନ ନିର୍ବାଚନ ପ୍ରକ୍ରିୟାରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ନବନିର୍ବାଚିତ ଦଳକୁ ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ଆହ୍ୱାନ କରିଥିଲେ।ଶେଷରେ ସମସ୍ତଙ୍କ ସହଯୋଗ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ନିର୍ବାଚନ ସମ୍ପନ୍ନ ହେବାରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *