
ଜି.ଉଦୟଗିରି ୦୧/୦୫ (ନୀଳମାଧଵ ପ୍ରଧାନ) ସ୍ଥାନୀୟ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ପ୍ରାୟ ୩୦ ରୁ ୪୦ ହଜାର ଜନସଂଖ୍ୟା ନିର୍ଭର କରି ଆସୁଥିବା ବେଳେ ବହୁ ଦିନ ହେଲା ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏ ନେଇ ପୁର୍ବରୁ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ। ଏଣୁ ଆଜି ଅଞ୍ଚଳବାସୀ ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିବା ବେଳେ ୪ ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ଗୋଷ୍ଟୀ ସ୍ବାସ୍ଥ୍ୟ ଅଧିକାରୀ ଡ.ରତିକାନ୍ତ ସାହୁଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପ୍ରଦାନ କରିଛନ୍ତି।ଏକ ମାସ ମଧ୍ୟରେ ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ବିଶେଷଜ୍ଞ,ମେଡିସିନ ବିଶେଷଜ୍ଞ,ମହିଳା ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ସହ ଅଲଟ୍ରାସାଉଣ୍ଡର ବ୍ୟବସ୍ଥା କରିବାକୁ ଦାବୀ ପ୍ରଦାନ କରିଛନ୍ତି।ଯଦି ଏହା ପୁରଣ ନହୁଏ ତେବେ ଆଗକୁ ପ୍ରତିବାଦ ବ୍ୟାପକ ହେବ ବୋଲି ଜି.ଉଦୟଗିରି କାଉନସିଲର ଜାକେଶ ପ୍ରଧାନ,ରାଜନ ନାୟକ,ପ୍ରତାପ ଚନ୍ଦ୍ର ପ୍ରଧାନ,ଟାର୍ଜନ ସାହୁ ପ୍ରମୁଖ ସୁଚନା ଦେଇଛନ୍ତି।
