କୁଇ ସମାଜ ରଟିଙ୍ଗିଆ ଶାଖାର ନୂତନ କମିଟି ଗଠନ।

ଜି ଉଦୟଗିରି୧୬/୦୫ (ନୀଳମାଧବ ପ୍ରଧାନ)ରଟିଙ୍ଗିଆ ପଞ୍ଚାୟତରେ ମଇ ୨୪ରେ କୁଇ ସମାଜ ସମ୍ମିଳନୀ ଅନୁଷ୍ଠିତ ହେବା ଥିବା ବେଳେ ଆଜି ଏହି ପଞ୍ଚାୟତ ରେ ସମାଜର କର୍ମକର୍ତା ଚୟନ କରାଯାଇଛି। କୁଇ ସମ୍ପ୍ରଦାୟର ସଭ୍ୟ ସଭ୍ୟମାନଙ୍କ ଉପସ୍ଥିତିରେ ସଭାପତି ଭାବେ ସୁବାଷ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଭାବେ ପ୍ରେମ ଚନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ରାଜ କୁମାର ପ୍ରଧାନଙ୍କୁ ଚୟନ କରିଥିବା ବେଳେ କାର୍ଯ୍ୟକାରୀ କମିଟିରେ ୧୫ ଜଣଙ୍କୁ ସଭ୍ୟ ସଭ୍ୟା ଭାବେ ଚୟନ କରାଯାଇଛି। ସେହି ପରି ସାଧାରଣ କମିଟି ମଧ୍ୟ ଗଠନ କରାଯାଇଛି। ଏହି ସମ୍ପ୍ରଦାୟରେ ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବଞ୍ଚାଇ ରଖିବା ସହିତ ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ଆସିବା ସହିତ ଅଞ୍ଚଳର ବିକାଶ ଦିଗରେ ଏହି କମିଟି କାର୍ଯ୍ୟ କରିବା ବୋଲି ମତ ପ୍ରକାଶ ପାଇଛି। ଆଦିବାସୀ ସମାଜରେ ସବୁ ଧର୍ମ, ଦଳଗତ ଭେଦଭାବ ନ ରଖି ନିଜ ଜାତିର ସୁରକ୍ଷା କରିବା ସହିତ ସମାଜର ମଙ୍ଗଳ କାମନା କରିବା ସହ ବିକାଶ ଚିନ୍ତା କରି ଲୋକମାନଙ୍କୁ ସଚେତନ ପାଇଁ ବୈଠକରେ ଆଲୋଚନା କରାଯାଇଛି।
ଏଥି ସହିତ ଆସନ୍ତା ମଇ ୨୪ରେ ବୃହତ୍ତର କୁଇ ସମାଜ ସମ୍ମିଳନୀ କରି ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଉପରେ ସଚେତନ କରିବା ପାଇଁ ସ୍ଥିର କରାଯାଇଛି। ସମସ୍ତ ଧର୍ମ, ବର୍ଣ୍ଣ, ଦଳଗତ, ଭେଦଭାବ ତ୍ୟାଗ କରି ଜାତିର ସୁରକ୍ଷା , ଇତିହାସ, ଜଣାଇବା ଏହାର ମୂଳ ଲକ୍ଷ।ଆଜିର ଏହି ବୈଠକରେ ଉମେଶ ଚନ୍ଦ୍ର ପ୍ରଧାନ, ସିଦ୍ଧାନ୍ତ ରଞ୍ଜନ ପ୍ରଧାନ, ଫିରୋଜ ପ୍ରଧାନ, ସୁଜନ ପ୍ରଧାନ, ସୁଯୋଗାନନ୍ଦ ପ୍ରଧାନ, ଅନନ୍ଦେଶ୍ଵର ପ୍ରଧାନ, କୁନାଲ ମଲ୍ଲିକ, ହୃଷିକେଶ ପ୍ରଧାନ, କେଶବ ପ୍ରଧାନଙ୍କ ସମେତ ବହୁ କୁଇ ସମ୍ପ୍ରଦାୟର ଲୋକମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *