
ଆସିକା :-୧୬/୦୫/ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶିବରାମ ଚୌଧୁରୀ
ଆସିକା ସୁନାମ୍ବ ବ୍ରାହ୍ମଣ ସାହି ରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ଶନି ଦେବ ଙ୍କ ପୀଠ ରେ ଶନିବାର ଅମବାସ୍ୟା ହେତୁ ସ୍ୱତନ୍ତ୍ର ପୂଜା ପାଠ, ହୋମ ଯଂଜ୍ଞ, ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା l ଶନି ଦେବ ଙ୍କ ପୀଠରେ ଶନି ଅମବାସ୍ୟା ଅର୍ଥାତ (ଶନିଶ୍ଚରୀ ଅମବାସ୍ୟା) ହେଉଛି ହିନ୍ଦୁ ଧର୍ମର ଏକ ଅତ୍ୟନ୍ତ ପବିତ୍ର ଦିନ, ଯେଉଁଥିରେ ଅମବାସ୍ୟା ତିଥି ଶନିବାର ଦିନ ପଡ଼ିଥାଏ। ଏହି ଦିନ ବିଶେଷ ଭାବରେ ଶନି ଦେବତା (ନ୍ୟାୟର ଦେବତା) ଙ୍କୁ ପୂଜା କରାଯାଏ। ଏହାସହିତ ପିତୃପୁରୁଷଙ୍କ ଆଶୀର୍ବାଦ ଏବଂ ଧନ ପ୍ରାପ୍ତି ପାଇଁ ମଧ୍ୟ ଅନେକ ଉପାୟ କରାଯାଇଥାଏ l ଶନି ଦୋଷ କାଟିବା ପାଇଁ ଏହି ଦିନ ଶନି ମନ୍ଦିରରେ ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରାଯାଏ ଏବଂ କଳା ତେଲ, କଳା କପଡ଼ା ଆଦି ଦାନ କରାଯାଏ। ଶନିଦେବଙ୍କ ପୀଠରେ ଶନି ମନ୍ତ୍ର (ଓଁ ଶଂ ଶନୈଶ୍ଚରାୟ ନମଃ) ଜପ ନିମନ୍ତେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା । ଏହି କାର୍ଯ୍ୟକ୍ରମ କୁ ରବୀନ୍ଦ୍ର ସାହୁ, ଧନୁ ସ୍ୱାଇଁ, କାଁହୁ ସ୍ୱାଇଁ, ସ୍ୱାଧୀନ ବେହେରା, ସତ୍ୟନାରାୟଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l
