୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ଦାବୀ,ରେ କଂଗ୍ରେସ ତରଫରୁ ମଶାଲ ଶୋଭାଯାତ୍ରା ଯୋଗ ଦେଲେ ବିଧାୟକ ।

ଜି ଉଦୟଗିରି ୧୬/ ୦୫(ନୀଳମାଧଵ ପ୍ରଧାନ )
ଜି ଉଦୟଗିରି ବ୍ଲକ ଏବଂ ନଗର କଂଗ୍ରେସ ତରଫରୁ ଆଜି ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ଦାବିରେ ମଶାଲ ଶୋଭାଯାତ୍ରା ସ୍ଥାନୀୟ ବନ୍ଧ ଛକ ରୁ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି। ମଶାଲ ଶୋଭାଯାତ୍ରା ରେ ଶତାଧିକ ମହିଳା ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏଥିରେ ଜି ଉଦୟଗିରି ବିଧାୟକ ମାନ୍ୟବର ପ୍ରଫୁଲ୍ଲ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବ୍ଲକ ସଭାପତି ମନମୋହନ ପ୍ରଧାନ, ସାଧାରଣ ସମ୍ପାଦକ ଗୋପାଳ ନାୟକ ନଗର ସଭାପତି ଜାକି ନାୟକ, ବିଧାୟକ ପ୍ରତିନିଧି ମଧୁଲିନା ଦିଗାଳ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *