

ଜି ଉଦୟଗିରି (ନୀଳମାଧବ ପ୍ରଧାନ )ଜି ଉଦୟଗିରି ର ବିଭିର୍ଣ୍ଣ ସ୍ଥାନ ରେ ଆଜି ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ମହିଳା ମାନେ। ଜି ଉଦୟଗିରି ର ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ତାରିଣୀ ମନ୍ଦିର, ତ୍ରିନାଥ ମନ୍ଦିର ସହିତ ବିଭିନ୍ନ ସାହିରେ ପଦା ସାହି,, ସୁବାସନଗର, ଗୋଲାସାହି ଏକାଠି ହୋଇ ମହିଳା ମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ମନ୍ଦିର ଗୁଡିକ ରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ଗହଳି ଚହଳି ଲାଗିରହିଥିଲା। ସାବିତ୍ରୀ ଅମାବାସ୍ୟା ଲାଗି ବଜାର ରେ ସ୍ୱତନ୍ତ୍ର ଫଳ ଦୋକାନ ଖୋଲାଯାଇଥିବା ବେଳେ ଭଲ ବ୍ୟବସାୟ ହୋଇଥିବା କହିଛନ୍ତି ବ୍ୟବସାୟୀ।
