ବୁଗୁଡ଼ା ମାଟିର ଗର୍ବ ଓ ଗୌରବ ରାକେଶ ।

ଗଞ୍ଜାମ ପ୍ରତିନିଧି ଶିବରାମ ଚୌଧରୀ ବୁଗୁଡ଼ା୨୧/୫,-:ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା-୨୦୨୬ ଫଳାଫଳ ପ୍ରକାଶ ପାଇଛି। ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସର୍ବାଧିକ ୫୪୮ (୯୧%) ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଛନ୍ତି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ଏବଂ ତାଙ୍କର ୩୨ ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୯୪ ଜଣ, ଦ୍ଵିତୀୟ ଶ୍ରେଣୀରେ ୬୭ ଜଣ ଓ ତୃତୀୟ ଶ୍ରେଣୀରେ ୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୫୫ ଜଣ, ଦ୍ଵିତୀୟ ଶ୍ରେଣୀରେ ୪୦ ଜଣ ଓ ତୃତୀୟ ଶ୍ରେଣୀରେ ୩୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୦ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୬ ଜଣ ଓ ତୃତୀୟ ଶ୍ରେଣୀରେ ୧ ଜଣ ହିସାବରେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପକ୍ଷରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ଜଣଙ୍କ ମଧ୍ୟରୁ ୨୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୯ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୧ ଜଣ ଓ ତୃତୀୟ ଶ୍ରେଣୀରେ ୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଚଳିତ ବର୍ଷ ବୁଗୁଡ଼ା ବ୍ଲକରେ +୨ ବିଜ୍ଞାନର ପାସ୍ ହାର ୮୬.୨୬ ପ୍ରତିଶତ ରହିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *