ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ବଦଳି ନୂତନ ଏସପି ଭାବେ ହରିଶ ଵି. ସି ଯୋଗଦେବେ ।

ଛତ୍ରପୁର ୨୪/୦୫ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଗଞ୍ଜାମ: ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ପରେ ଗଞ୍ଜାମ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ନୂତନ ଗଞ୍ଜାମ ଏସପି ଭାବେ ହରିଶ ବି.ସିଙ୍କୁ ନିଯୁକ୍ତି ଦିଆଯାଇଛି।
କନ୍ଧମାଳ ଜିଲ୍ଲା ରେ ଏସପି ଭାବେ କାର୍ଯ୍ୟ କରୁଥିବା ହରିଶ ବି.ସି ଙ୍କୁ ଗଞ୍ଜାମ ଜିଲ୍ଲା ନୂତନ ଏସପି ଭାବେ ଦାୟିତ୍ୱ ମିଳିଥିବା ସୂଚନା ମିଳିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ସୁଧାର ଏବଂ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଏସ ପି ହରିଶ ଵି. ସି ଙ୍କୁ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ଥିବା ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *