
ବେଲଗୁଣ୍ଠା ନାରାୟଣ ପଣ୍ଡା ୩୧/୦୧, ବେଲଗୁଣ୍ଠାରେ ଏକ ମାସ ଧରି ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁରୁବାର ବଡ଼ ଏକାଦଶୀ ଅବସରରେ ବ୍ରହ୍ମୋତ୍ସବ ଏବଂ ଏବଂ ଆଜି ମାଆ ମହାଲକ୍ଷ୍ମୀଙ୍କ ଚତୁର୍ଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗୁରୁବାର ଦିନ ବ୍ରହ୍ମୋତ୍ସବ ଅବସରରେ ସୂର୍ଯ୍ୟ ପୂଜା, ଯଜ୍ଞ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ମଦନମୋହନଙ୍କ ନଗର ପରିକ୍ରମା କରାଯାଇଥିଲା I ସେହିପରି ଆଜି ମାଆ ମହାଲକ୍ଷ୍ମୀଙ୍କ ମନ୍ଦିରର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସନ୍ଧ୍ୟା ସମୟରେ ଏକ ଭବ୍ୟ ପଟୁଆରରେ ମାଆଙ୍କ ନଗର ପରିକ୍ରମା କରାଯାଇଥିଲା ଏହି ଯଜ୍ଞ କର୍ତ୍ତା ଭାବେଲୋକନାଥ ପ୍ରଧାନ ଧର୍ମ ପତ୍ନୀ ଶ୍ରୀମତୀ ଆଞ୍ଜୁଲତା ପ୍ରଧାନ ଯୋଗଦେଇଥିବା ବେଳେ ch. ଚିଦାନନ୍ଦପାତ୍ର ନ୍ୟାସୀ, ରାଧାମୋହନଦାସ ସମେତ ପରିଚାଳନା କମିଟିଙ୍କ ସଂପୂର୍ଣ୍ଣସହଯୋଗରେ ଅନୁଷ୍ଠାନ ସଫଳ ରୂପାୟନ ଲାଭ କରିଥିଲେ।ଗିନି,ମୃଦଙ୍ଗ,ପାରମ୍ପରିକ ବାଦ୍ୟ, ହରିବୋଲ, ହୁଳହୁଳିରେ ବେଲଗୁଣ୍ଠା ସହର ପ୍ରକମ୍ପିତ ହୋଇଥିଲା I ଏହି ଅବସରରେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା I
