ବାଉଁଶ ପାତି ଓ ଚପଲ ର ରବର ସହାୟତା ରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଭିନ୍ନକ୍ଷମ ମହିଳା ଅମିତା ମାଳୀ l ଉତ୍ତମ ଚିକିତ୍ସା ପାଇଁ ସରକାର ଙ୍କୁ ଗୁହାରୀ l

ଗଜପତି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟଙ୍କ ରିପୋର୍ଟ ୨୭/୦୨ଗଜପତି ଜିଲ୍ଲା ମୋହନା ବ୍ଲକ ଦୂର୍ଗମ ପାହାଡିଆ ଅଞ୍ଚଳ ରେ ଥିବା ଗୁଲୁବା ପଂଚାୟତ ର କାପିଲିବାଜୁ ଗ୍ରାମର ଭିନ୍ନକ୍ଷମ ମହିଳା ଅମିତା ମାଳୀ ବୟସ ୨୮ ବର୍ଷ l ସେ ବିବାହିତା ତାଙ୍କ ସ୍ୱାମୀ ଅଛନ୍ତି ଏବଂ ତାଙ୍କ ତିନୋଟି ସନ୍ତାନ ମଧ୍ୟ ଅଛନ୍ତି l ହେଲେ ଦୁଃଖ ପରିତାପର ବିଷୟ ତାଙ୍କର ବାମ ଗୋଡ଼ ରେ ନିଆଁ ରେ ଜଳି ଯାଇ ତାଙ୍କ ପାଦ ହରାଇ ବସିଛନ୍ତି l ଏହାର ଚିକିତ୍ସା ପାଇଁ ମେଡିକାଲ କୁ ଦୌଡ଼ ଦୌଡ଼ି ନୟାନ୍ତ ହୋଇଗଲେ l ହେଲେ ପାଦ ଆଉ ଭଲ ହେଲା ନାହିଁ l ସରକାର ଙ୍କ ତରଫରୁ ଚିକିତ୍ସା ବାବଦକୁ କୌଣସି ସୁବିଧା ପାଇଁ ପାରିଲେ ନାହିଁ l ଏଣୁ ବାଧ୍ୟ ହୋଇ ବାଉଁଶ ପାତି ଏବଂ ଚପଲ ର ରବର ରେ ହାତୀ ପାଦର ଆକୃତିର ପାଦ ତିଆରି କରି ତାଙ୍କ ଜୀବନ ଅତିବାହିତ କରୁଛନ୍ତି l ଘର କାମ ନ କରିପାରି ବସି ରହୁଛନ୍ତି l ବଡ଼ କଷ୍ଟରେ ନିଜେ ତିଆରି କରିଥିବା ପାଦ ରେ ଟିକେ ଟିକେ ଚଲା ବୁଲା କରୁଛନ୍ତି l ଏବଂ ତିନୋଟି ସନ୍ତାନ ର ଲାଳନ ପାଳନ କରୁଛନ୍ତି l ବାକି ସମୟରେ ରେ ଘରେ ପଢି ରହୁଛନ୍ତି l ଏହି ଆଧୁନିକ ଯୁଗରୁ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରି ସେମାନଙ୍କୁ ସେବା ପ୍ରଦାନ କରୁଛନ୍ତି l କିନ୍ତୁ ଏହି ଭିନ୍ନକ୍ଷମ ମହିଳା ଏଥିରୁ ବଞ୍ଚିତ ଅଛନ୍ତି l ଆଜି କାଲି ବିଭିନ୍ନ ପ୍ଲାଷ୍ଟିକ ଜିନିଷ ଥିଲେ ମଧ୍ୟ ସେ ସେଥିରୁ ବଞ୍ଚିତ ଅଛନ୍ତି l ଅନ୍ୟ ପଟେ ସ୍ୱାମୀ ଦିନ ମଜୁରୀ କାମ କଲେ ପରିବାର ଚାଲେ l ପରିବାର ରେ ଅର୍ଥର ଘୋର ଅଭାବ l ସରକାର ଙ୍କ ତରଫରୁ କେବଳ ୧୦କେଜି ଚାଉଳ ଏବଂ ଭିନ୍ନକ୍ଷମ ଭତା ବାବଦକୁ ମାତ୍ର ୧୨ସହ ଟଙ୍କା ପାଉଛନ୍ତି l ବାସ ଏତିକିରେ ତାଙ୍କର ଜୀବନ ଚାଲିଛି l ଏଣୁ ବ୍ଲକ ବା ଜିଲ୍ଲା ପ୍ରଶାସନ କୁ ଗୁହାରି କରିଛନ୍ତି ଏହାର ଉତ୍ତମ ଚିକିତ୍ସା କରିବା ସହ ଅନ୍ତଦୟ ଗୃହ ରେ ଘର ପାଇଁବା ପାଇଁ ଦାବୀ କରିଛନ୍ତି l ତେବେ ଦେଖା ଯାଉ ଏହି ଭିନ୍ନକ୍ଷମ ମହିଳା ପ୍ରତି ସରକାର କଣ ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା l

Leave a Reply

Your email address will not be published. Required fields are marked *