ବେଲଗୁଣ୍ଠା ଏନ୍.ଏ.ସି ବିଜୁ ଜନତା ଦଳ ପକ୍ଷରୁ ୧୧୦ ତମ ବିଜୁ ଜୟନ୍ତି ପାଳନ।

ନାରାୟଣ ପଣ୍ଡା ୦୫/୦୩ ବେଲଗୁଣ୍ଠା
ଆଜି ଅର୍ଥାତ୍ ମାର୍ଚ୍ଚ ତିନି ତାରିଖ ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟ ମନ୍ତ୍ରୀ ଇଣ୍ଡୋନେସିଆର ଭୂମିପୁତ୍ର ସ୍ଵର୍ଗତ ବୁଜୁ ପଟ୍ଟନାୟଙ୍କ ୧୧୦ ତମ ଜନ୍ମ ଜୟନ୍ତି ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବେଲଗୁଣ୍ଠା ଏନ୍.ଏ.ସି. ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପାଳନ କରାଯାଇଅଛି. ଏହି ଅବସରରେ ବେଲଗୁଣ୍ଠା ମେଇନରୋଡ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ପର୍ଗତ ବିଜୁବାବୁଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତୀ ରେ ଦଳର ସଭାପତୀ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ମହାପାତ୍ର ପୂଷ୍ପମାଳ ଏବଂ ଦୀପ ପ୍ରଜ୍ବଳନ କରିଥିଲେ, ଭକ୍ତ ଜୟନ୍ତି ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ. ପୂର୍ବତନ ଉପନଗର ପାଳ ପ୍ରଶାନ୍ତ କୁମାର ସାହୁ, କାଉନସିଲର , ଏସ୍‌.ଦ୍ଭାସ୍କର ପାତ୍ର, ପ୍ରଦିପ କୁମାର ସେଠୀ, କାଳିଆ ସାହୁ, ବିଶ୍ଵିନାଥ ଦଳାଇ, ପୂର୍ବତ୍ତନ କଉନସିଲର କେ. ଜିତେନ୍ଦ୍ର ସୁବୁଦ୍ଧି, କାଉନସିଲର ପ୍ରତିନିଧି ରଂଜିତ କୁମାର ସାମଲ, ସନ୍ତୋଷ କୁମାର ସ୍ଵାଇଁ, ଏବଂ ମଣ୍ଟୁ ମହାପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ, ଏଥିରେ ବିଜୁ ଜନତା ଦଳ ସଭାପତି ଶ୍ରୀ ମହାପାତ୍ର ବିଜୁବାବୁଙ୍କ ସ୍କୃତି ଚାରଣ କରିଥିବା ବେଳେ ଆଗକୁ ଦଳ କିପରି ମଜବୁତ ରହିବ ତାହା ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ,

Leave a Reply

Your email address will not be published. Required fields are marked *