ଶିମିଳିପାଳ କଲେଜ ଅଫ୍ ନର୍ସିଂ ଶିକ୍ଷାନୁଷ୍ଠାନର ସପ୍ତମବର୍ଷୀୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ।

ରାଇରଙ୍ଗପୁର: ୭-୩-୨୬ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ନିକଟସ୍ଥ ଦୁବୁଲାବେଡା ଠାରେ ଗଢିଉଠିଥିବା ଅଗ୍ରଣୀ ଶିମିଳିପାଳ କଲେଜ ଅଫ୍ ନର୍ସିଂ ଶିକ୍ଷାନୁଷାନର ସପ୍ତମ ବର୍ଷୀୟ ନବାଗତା ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମାରୋହ ସ୍ଥାନୀୟ ମହତାବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯଅତିଥି ଭାବେ କଲେଜ ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶିକା ତଥା ସଭାପତି ପୂଜାରିଣୀ ସାହୁ, ବିଭାଗୀୟ ସଦସ୍ଯବୁନ୍ଦ ପୂଜା ବିହାରୀ, ପାମାଲି ହେମ୍ବ୍ରମ, ପିଥ ମଣ୍ଡଳ, ଅଂଶୁ ମୁର୍ମୁ, ସନ୍ତୋଷ ଦତ୍ତ ଓ ସୌମ୍ଯଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ l ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ପରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l କଲେଜର ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ l ଏହାପରେ ଯୁଗ୍ମ ନିର୍ଦ୍ଦେଶିକା ତଥା ସଭାପତି ପୂଜାରିଣୀ ସାହୁ ସଭାପତିତ୍ବ ବକ୍ତବ୍ଯ ଦେବା ପରେ ମୁଖ୍ଯଅତିଥି ତଥା ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ନବାଗତା ଛାତ୍ରଛାତ୍ରୀମାନଙ୍କୁ ସୁଚରିତ୍ରବାନ, ଦାୟିତ୍ବବୋଧ ଓ କର୍ତ୍ତବ୍ଯନିଷ୍ଠା ଉପରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ l ନବାଗତା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯିବା ପରେ ସେମାନେ ସେମାନଙ୍କର ପରିଚୟ ଓ ନର୍ସିଂ କଲେଜରେ ନାମଲେଖା ର ଉଦ୍ଦେଶ୍ଯ ସଂପର୍କରେ ମତପ୍ରକାଶ କରିଥିଲେ l ଏହାପରେ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଗୀଚନାଚ, କମେଡି, ଡ୍ରାମା, କୁଇଜ୍ ଓ ଫେସନ ସୋ ଆୟୋଜିତ ହୋଇଥିଲା l ପରିଶେଷରେ ଅଧ୍ଯାପିକା ପୂଜା ବିହାରୀ ଧନ୍ଯବାଦ ଅର୍ପଣ କରିଥିଲେ l ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଦ୍ବିତୀୟ ବର୍ଷୀୟ ବିଏସସି ନର୍ସିଂ, ଜିଏନଏମ ଓ ଡିଏମଏଲଟିର ଛାତ୍ରଛାତ୍ରୀ ମାନବେନ୍ଦ୍ର କୁଆଁର, ଜେପି ମହାନ୍ତ, ମଧୁସୂଦନ କିସ୍କୁ, ରାଜେଶ ମହାନ୍ତ, ବିଶ୍ବରିମା ଦୀପ, ମୁନମୁନ ପାତ୍ର, କୁନୀ ପାତ୍ର, ଶିବଶଙ୍କର ମହାନ୍ତ, ଦେବାଶିଷ ମହାନ୍ତ,ଆକାଶ ପାଲ୍, ସୁପ୍ରଭା ମଲ୍ଲିକ ଓ ଭାଗ୍ଯଶ୍ରୀ ଧଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *