ଅଗ୍ନିକାଣ୍ଡ ଘଟି ତିନି ଭାଇଙ୍କ ତିନୀ ବଖାରେ ପୋଡି ପାଉଁଶ।

ବେଲଗୁଣ୍ଠା, ୧୩/୦୪ ନାରାୟଣ ପଣ୍ଡା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ତିନିଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ସେମାନେ ହେଲେ ଟିକରପଡା ଗ୍ରାମର ମିଛl ନାୟକ, ଅନନ୍ତ ନାୟକ ଓ ଅଚୁତ ନାୟକ, ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଏହା ଶଟ ରର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ସମସ୍ତେ ଚାଷୀ ପରିବାର ହୋଇଥିବାରୁ ସମସ୍ତଙ୍କ ଧାନ, ଚାଉଳ, ମୁଗ, ଲୁଗାପଟା ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ତିନି ଖେତିଗ୍ରସ୍ତଙ୍କ ମଧ୍ୟରୁ ଅଚୁତ ନାୟକ ଅଧିକ କ୍ଷେତିଗ୍ରତ ହୋଇଥିବା ଜଣାପଡିଛି l ଖବର ପାଇ ତନାରଡାରୁ ଦମକଳ ଆସି ନିଅଁlକୁ ଆୟତ୍ତ କରିଥିଲେ l ସମସ୍ତେ ଗରିବ ଚାଷୀ ପରିବାରର ହୋଇଥିବାରୁ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଯୁବ ସେଚ୍ଛାସେବୀ କୃଷ୍ଣ ସାହୁ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *