
ଜି.ଉଦୟଗିରି, (ନୀଳମାଧବ ପ୍ରଧାନ ) ୨୩/୦୪ଜି ଉଦୟଗିରି ନିକଟସ୍ଥ କଳିଙ୍ଗା ଵିଏଡ କଲେଜରେ ଆଜି ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ଃ ଦୀପକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କଲେଜର ଶତାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟ କ୍ରମର ମୂଳ ଲକ୍ଷ ହେଲା ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ, ସ୍ୱଚ୍ଛ ଓ ପରିଷ୍କାର ରଖିବା I ଛାତ୍ର ଛାତ୍ରୀ କଲେଜ ପରିସର ସହିତ ,କଳିଙ୍ଗା ଚିକିତ୍ସାଳୟ, ନିକଟସ୍ଥ ବିଭିନ୍ନ ବିଦ୍ୟାଳୟ ପରିସର,ରାସ୍ତା ଘାଟ,ଲଟାବୁଦା ପରିଷ୍କାର କରିଛନ୍ତି I ଏହା ସହିତ ସ୍ୱଚ୍ଛତା ସମାଜ ପାଇଁ କେତେ ଗୁରୁତ୍ୱପୁର୍ଣ ତାହା ସଚେତନ କରିଛନ୍ତି।
