
ଜି ଉଦୟଗିରି : ୨୪/୦୪(ନୀଳମାଧଵ ପ୍ରଧାନ)ଆସନ୍ତା ଏପ୍ରିଲ ୨୮ ତାରିଖରେ କୁଇ ସମାଜ ର ବିଶାଳ ସମାବେଶ ହେବାକୁ ଯାଉଥିବା ବେଳେ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ନିଜର ଅଧିକାର ପାଇଁ ହେଵ ପ୍ରତିବାଦ।ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ କୁଇ ସମାଜର ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି।ଆଦିବାସୀ ମହାସଙ୍ଘ, ଓଡିଶା ର କନ୍ଧମାଳ ଜିଲ୍ଲା ସଭାପତି ମନୋଜ କୁମାର ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ବେଳେ ଏହି ବୈଠକରେ ସମାଜର ରାଜ୍ୟ ସ୍ଥରୀୟ ନେତା ବିବେକାନନ୍ଦ ପ୍ରଧାନ ତଥା କନ୍ଧମାଳ କୁଇ ସମାଜ ର ପ୍ରମୁଖ ନେତା ଶାନ୍ତନୁ କୁମାର ପ୍ରଧାନ, ମାଜିରା ପ୍ରଧାନ,ବାଟକୃଷ୍ଣ ପ୍ରଧାନ, ଉଦେଶନ ପ୍ରଧାନ, ଜ୍ଞାନ ଚନ୍ଦ୍ର ପ୍ରଧାନ, ମୋହନ ପ୍ରଧାନ, କାମଦେବ ପ୍ରଧାନ, ସୁଶାନ୍ତ ପ୍ରଧାନ, ଉଦ୍ଧବ ପ୍ରଧାନ, ପ୍ରମୁଖ ନେତା ଓ ଯୁବ ପ୍ରତିନିଧିମାନେ ଉପସ୍ଥିତ ରହି ଏହାକୁ ସଫଳ କରିବାକୁ ମତ ଦେଇ ଥିଲେ। ଉଦ୍ଦେଶ୍ୟ, ବ୍ୟବସ୍ଥାପନା ଓ ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବକ୍ତାମାନେ ସମାଜର ଏକତା, ସାଂସ୍କୃତିକ ପରିଚୟ, ଜାତି ହଡପ ଓ ଅଧିକାର ସୁରକ୍ଷାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ରlଲିକୁ ସଫଳ କରିବା ପାଇଁ ପରିବହନ, ଶୃଙ୍ଖଳା ଓ ପ୍ରଚାର ପାଇଁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ସଭ୍ୟମାନେ ଆଶା ପ୍ରକାଶ କରିଥିଲେ ଯେ ଏହି ରlଲି ସଫଳ ହେବ ଓ ସମାଜର ଏକତାର ଉଦାହରଣ ହେଵ । ସମସ୍ତ କୁଇ ସମାଜ ସଦସ୍ୟଙ୍କୁ ରlଲିରେ ସକ୍ରିୟ ଭାଗ ନେବାକୁ ଆହ୍ୱାନ କରାଯାଇଥିଲା।
