ଜି ଉଦୟଗିରି ଏମଏମସି ହସ୍ପିଟାଲ ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର ।

ଜି ଉଦୟଗିରି ୨୫/୦୪(ନୀଳମାଧଵ ପ୍ରଧାନ) ସ୍ଥାନୀୟ ଏମ ଏମ ସି ହସ୍ପିଟାଲ ଠାରେ ଆଜି ମାଗଣl ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିର ରେ ସମାଜସେବୀ ବିବେକାନନ୍ଦ ପ୍ରଧାନ ବରିଷ୍ଟ ନାଗରିକ ଭାବେ ପ୍ରଥମେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ଶିବିରକୁ ଉଦଘାଟନ କରିଥିଲେ l ଉକ୍ତ ଶିବିର ରେ ପ୍ରଫେସର ଆଶିଷ କୁମାର ପ୍ରଧାନ, ସର୍ଜରୀ ବିଭାଗ ଭୀମଭୋଇ ମେଡିକାଲ କଲେଜ (ବଲାଙ୍ଗୀରି )ଡ ଦେବରାଜ ଦାଶ,ଉପସ୍ଥିତ ରହି ୧୧ ୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା l ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳକ ଡ଼ ପ୍ରଦୀପ କୁମାର ମଲିକ, ସମ୍ପାଦକ ଆଲୋକ କୁମାର ନାୟକ, ଅଧକ୍ଷା ଗ୍ଲୋରି ନାୟକ, ବେନିୟନ ନାୟକ ଓ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ନର୍ସିଙ୍ଗ ତାଲିମ ଛାତ୍ରୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *